fbpx

୨୦୨୪ ପାଇଁ AI କରିଛି ଏହି ଭବିଷ୍ୟବାଣୀ, ଆସନ୍ତୁ ଜାଣିବା ଜୀବନକୁ ଏହା କିପରି ପ୍ରଭାବିତ କରିବ

ଓଡ଼ିଶା ଭାସ୍କର: ୨୦୨୪କୁ ନେଇ ଅନେକ ଭବିଷ୍ୟବାଣୀ ବିଷୟରେ ଆପଣମାନେ ଶୁଣିଥିବେ । ବାବା ଭେଙ୍ଗାଙ୍କ ଠାରୁ ଆରମ୍ଭ କରି ନସ୍ତ୍ରାଦମସ୍‌ଙ୍କ ଭବିଷ୍ୟବାଣୀକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ AI ମଧ୍ୟ କିଛି ଭବିଷ୍ୟବାଣୀ ନେଇ ପ୍ରସ୍ତୁତ ହୋଇଛି । AI Chatbox ଦ୍ୱାରା କିଛି ଭବିଷ୍ୟବାଣୀ କରାଯାଇଛି ଯାହା ମନୁଷ୍ୟ ଜୀବନକୁ ପ୍ରଭାବିତ କରିପାରେ ବୋଲି ଦାବି କରାଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଭବିଷ୍ୟବାଣୀ ବିଷୟରେ:

୧. AI ମସ୍ତିଷ୍କ: ଚଳିତ ବର୍ଷ AI ମଡେଲରେ ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସର ଛାପ ଦେଖିବାକୁ ମିଳିପାରେ ବୋଲି Claude.ai ଅନୁମାନ କରିଛି । ସରଳ ଭାଷାରେ କହିବାକୁ ଗଲେ ବର୍ତ୍ତମାନ AI ନିଜ ଅନୁସାରେ ସମସ୍ୟାର ସମାଧାନ କରିବାରେ ସକ୍ଷମ ହେବ । ମନୁଷ୍ୟ ପରି ଅନେକ ଇଣ୍ଟେଲେକ୍‌ଚୁଆଲ କାର୍ଯ୍ୟ ସମ୍ପାଦନା କରିପାରିବ । ଏହା ଦ୍ୱାରା ମନୁଷ୍ୟ ମଧ୍ୟରେ ଅନେକ ପରିବର୍ତ୍ତନ ଆସିପାରେ ।

୨. ବାୟୋଟେକ୍ନୋଲେଜୀ: ଏହା ମାନବ ସଭ୍ୟତାର ଉନ୍ନତିରେ ସହାୟକ ହୋଇପାରିବ । ମନୁଷ୍ୟର ମସ୍ତିଷ୍କ କମ୍ପ୍ୟୁଟର ସହ ଜୋଡ଼ି ହୋଇଯିବ । ଫଳରେ ମନୁଷ୍ୟ- କମ୍ପ୍ୟୁଟର ଏକା ପରି କାର୍ଯ୍ୟ କରିବେ ।

୩. ପର୍ସନଲାଇସ୍‌ଡ଼ ଔଷଧ: ଚଳିତ ବର୍ଷ personalized medicineରେ ବୃଦ୍ଧି ହେବା ନେଇ AI ପୂର୍ବାନୁମାନ କରିଛି । ବର୍ତ୍ତମାନ ଡିଏନ୍‌ଏ ଯାଞ୍ଚ ଏବଂ ଲୋକଙ୍କ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଔଷଧ ଉପଲବ୍ଧ କରାଯିବ ।

୪. ନିର୍ବାଚନରେ ଠକେଇ: ନିର୍ବାଚନରେ ହ୍ୟାକିଂ ହେବାର ସମ୍ଭାବନା ରହିଛି । ବୈଷୟୀକକ ଜ୍ଞାନ କୌଶଳ ଆଧାରରେ ଭୋଟିଂ ମେଶିନ ଉପରେ ଆଟାକ୍ ହୋଇପାରିବ । ଏହା ବ୍ୟତୀତ ଭୋଟର ରେଜିଷ୍ଟ୍ରେସନ୍‌, ଡାଟାବେସ୍‌, ନିର୍ବାଚନ ଫଳାଫଳ, ରିପୋର୍ଟିଂ ସିଷ୍ଟମ ଇତ୍ୟାଦି ଉପରେ ବିପଦ ଦେଖାଦେଇଛି ।

୫. ଚୀନର ବଢ଼ିପାରେ ଚିନ୍ତା: ଚଳିତ ବର୍ଷ ଆମେରିକା ଏବଂ ତାଇୱାନ୍ ସହ ଚୀନର ବିବାଦ ଦେଖାଦେଇପାରେ । ଏନେଇ ଚୀନ ମିଲିଟାରୀ ଆକ୍ସନ୍ ନେଇପାରେ ।

Get real time updates directly on you device, subscribe now.