fbpx
BJD SKY
BJD SKY

IAS ଅଧିକାରୀଙ୍କୁ ସସପେଣ୍ଡ କଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ: ଡ୍ରାଇଭରଙ୍କୁ ‘ଔକାତ’ ପଚାରିଥିଲେ କଲେକ୍ଟର

BJD

ନୂଆଦିଲ୍ଲୀ: ନିକଟରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମୋହନ ଯାଦବ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି । ଡ୍ରାଇଭରଙ୍କୁ ‘ଔକାତ’ ପଚାରିଥିବା ଏହି ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି । ଏହି କାର୍ଯ୍ୟ ପରେ ଏବେ କଲେକ୍ଟରଙ୍କୁ ପଦରୁ ସସପେଣ୍ଡ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ।

ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ମୋହନ ଶାଜାପୁର କଲେକ୍ଟର କିଶୋର କନ୍ୟାଲଙ୍କୁ ସସପେଣ୍ଡ କରିଛନ୍ତି । ଶାଜାପୁର ଟ୍ରକ ଡ୍ରାଇଭରଙ୍କ ସହ ଜଡ଼ିତ ଏକ ଘଟଣାକୁ ନେଇ ମଧ୍ୟପ୍ରଦେଶ ସରକାର ଏହି ବଡ଼ ଆକ୍ସନ ନେଇଛନ୍ତି । ଏନେଇ ମୋହନ କହିଛନ୍ତି, ଏହା ଗରିବଙ୍କ ସରକାର । ସମସ୍ତଙ୍କୁ ସମ୍ମାନ ଦେବା ଉଚିତ ଓ ଭାବକୁ ମଧ୍ୟ ସମ୍ମାନ ଦେବା ଉଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଆମେ ସର୍ବଦା ଗରିବଙ୍କ ପାଇଁ ସେବା କରିଆସୁଛୁ ।

ଜଣେ ମଣିଷ ହିସାବରେ ଏପରି ଭାଷା ଆମ ସରକାର ପାଇଁ ଗ୍ରହଣୀୟ ନୁହେଁ । ମୁଁ ନିଜେ ଜଣେ ଶ୍ରମିକ ପରିବାର ପୁଅ । ଏପରି ଭାଷା ପ୍ରୟୋଗ କରିବା ଉଚିତ ହୋଇନାହିଁ । ଅଧିକାରୀ ନିଜର ଭାଷା ଓ ବ୍ୟବହାର ପ୍ରତି ଧ୍ୟାନ ଦେବା ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଟ୍ରକ ଡ୍ରାଇଭରଙ୍କ ହରତାଲ ସମୟରେ ଶାଜାପୁର ଜିଲ୍ଲାପାଳଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଜଣେ ଡ୍ରାଇଭରଙ୍କୁ ଜିଲ୍ଲାପାଳ ‘ଔକାତ’ ପଚାରୁଥିବା ଦେଖାଯାଇଥିଲା । ପରେ ଉକ୍ତ ବୟାନକୁ ନେଇ ଜିଲ୍ଲାପାଳ ଦୁଃଖ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.