fbpx

ବ୍ରିଟେନରୁ ଆସିଲା ଭୟାନକ ମାମଲା, ଅନଲାଇନରେ ଗେମ୍ ଖେଳୁଥିବା ନାବାଳିକା ସହ ଭର୍ଚୁଆଲି ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ବ୍ରିଟେନରୁ ଦୁଷ୍କର୍ମ ସହ ଜଡିତ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏଠାରେ ଏକ ୧୬ ବର୍ଷୀୟା ନାବାଳିକା ସହିତ ଅନଲାଇନ୍ ମେଟାଭର୍ସ ଗେମ୍‌ରେ ଗଣଦୁଷ୍କର୍ମ ହୋଇଛି । ଏହାକୁ ନେଇ ପୋଲିସ ଏବେ ଯାଞ୍ଚ ଆରମ୍ଭ କରିଦେଇଛି ।

ଭର୍ଚୁଆଲ ରିଅଲିଟି ଦୁନିଆରୁ ଗଣଦୁଷ୍କର୍ମର ଏକ ଚକିତ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି । ବ୍ରିଟେନରେ ଅନଲାଇନରେ ମେଟାଭର୍ସ ଗେମ୍ ଖେଳୁଥିବା ଏକ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି । ମିଳିଥିବା ରିପୋର୍ଟ ଅନୁସାରେ ନାବାଳିକାଙ୍କ ଭର୍ଚୁଆଲ ରିଅଲିଟି ଅବତାର (ବିଆର୍‌) ସହିତ ଗଣଦୁଷ୍କର୍ମ କରାଯାଇଛି । ଏହି ଘଟଣା ପରେ ନାବାଳିକାଙ୍କୁ ବଡ ଧରଣର ମାନିସିକ ଆଘାତ ପହଞ୍ଚିିଛି ।

ଡେଲି ମେଲ୍ ରିପୋର୍ଟ ଅନୁସାରେ ୧୬ ବର୍ଷୀୟା ନାବାଳିକା ଏକ ଇମର୍ସିଭ୍ ଗେମ୍‌ରେ ଭର୍ଚୁଆଲ ରିଅଲିଟି ହେଡସେଟର ଉପଯୋଗ କରିଥିଲା । ଯେତେବେଳେ କି ତାର ଇମେଜ୍ ଉପରେ ବହୁ ପୁରୁଷ ଇମେଜ୍ ଏକ ସଙ୍ଗେ ଦୁଷ୍କର୍ମ କରିଥିଲେ । ନାବାଳିକା ପୋଲିସକୁ କହିଛି କି ମେଟାଭର୍ସର ଅନ୍ୟ ୟୁଜର୍ସଙ୍କ ଦ୍ୱାରା ତାଙ୍କ ଅବତାର ଉପରେ ସାମୂହିକ ବଳାତ୍କାର କରାଯାଇଛି । ଏହି ମାମଲାରେ ବ୍ରିଟିଶ ପୋଲିସର ଜଣେ ଅଧିକାରୀ କହିଛନ୍ତି, ଯଦିଓ ଏଥିରେ ପୀଡିତାଙ୍କୁ ଶାରୀରିକ ସ୍ତରରେ କ୍ଷତି ପହଞ୍ଚି ନାହିଁ ତଥାପି ସେ ମାନସିକ ସ୍ତରରେ ବେଶ୍ ପ୍ରଭାବିତ ହୋଇଛନ୍ତି । ଏହି ମାମଲାକୁ ଏବେ ଗମ୍ଭୀରତାର ସହ ନିଆଯାଉଛି ବୋଲି ସେ କହିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ମେଟାଭର୍ସ ଏକ ଭର୍ଚୁଆଲ ଦୁନିଆ । ଏହି ଦୁନିଆରେ ଲୋକମାନେ ପ୍ରତ୍ୟକ୍ଷ ନୁହଁନ୍ତି ବରଂ ସେମାନଙ୍କ ଅବତାର ନଜର ଆସିଥାନ୍ତି । ଏଠାରେ ଆମ ପ୍ରକୃତ ଦୁନିଆ ପରି ସବୁ କାମ ହୋଇଥାଏ । ଯେତେବେଳେ କୌଣସି ୟୁଜର୍ସ ଏହି ମେଟାଭର୍ସରେ ସାଇନ ଇନ୍ କରିଥାଏ ସେତେବେଳେ ସେ ଏକ ଭର୍ଚୁଆଲ ଦୁନିଆକୁ ଚାଲି ଯାଇଥାଏ । ସେଠାରେ ସେ ୟୁଜର୍ସଙ୍କ ଭର୍ଚୁଆଲ ଅବତାରଙ୍କୁ ଭେଟିଥାଏ ଓ ସେମାନଙ୍କ ସହ ଆଳାପ ଆଲୋଚନା କରିଥାଏ । ଏପରି ସ୍ଥିତିରେ ଏହି ନାବାଳିକାଙ୍କ ସହ ଏପରି ହିଁ ଭର୍ଚୁଆଲ ଅବତାରର ଲୋକମାନେ ଦୁଷ୍କର୍ମ କରିଛନ୍ତି ।

Get real time updates directly on you device, subscribe now.