fbpx

ଆଶ୍ଚର୍ଯ୍ୟଜନକ ଭାବ କାର୍ଯ୍ୟ କରିଥାଏ AI ଚାଳିତ ୱେବସାଇଟ୍‌, ନୂଆ ଭାଷା ଶିଖିବା ହେବ ସହଜ

ନୂଆଦିଲ୍ଲୀ: ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI )କୁ ନେଇ ସବୁ ଆଡ଼େ ଚର୍ଚ୍ଚା । ପ୍ରତି କ୍ଷେତ୍ରରେ AI ର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । AI ର ସାହାଯ୍ୟରେ ଅନେକ ଜଟିଳ କାମ ଆଖିପିଛୁଳାକେ ସମ୍ଭବ ହୋଇପାରୁଛି । କହିବା ବାହୁଲ୍ୟ ଯେ AI ହେଉଛି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା । ତେବେ ଆସନ୍ତୁ ଜାଣିବା AI ଚାଳିତ ୧୦ଟି ୱେବସାଇଟ୍ ବିଷୟରେ:

୧. Seona AI : AI ସହାୟକ Seona ଦ୍ୱାରା ତୁରନ୍ତ SEO ଅପ୍ଟିମାଇଜ କରିପାରିବା । ଏହା ସହ ଇଣ୍ଟରନେଟ ସର୍ଚ୍ଚ କ୍ଷମତା ବୃଦ୍ଧି କରିବା ସହ ଟାର୍ଗେଟ ଅଡିୟାନ୍ସଙ୍କ ପାଖରେ ପହଂଚି ପାରିବା ।

୨. rask_ai: ଏହା ହେଉଛି ଏକ ଉପକରଣ(Tool) ଯାହା ଭିଡ଼ିଓର ଅନୁବାଦ ଏବଂ ଡବିଂରେ ପାରଙ୍ଗମ । rask_ai ଉପକରଣ ମାଧ୍ୟମରେ ୧୩୦ରୁ ଉର୍ଦ୍ଧ୍ୱ ଭାଷାରେ ଡବିଂ ସମ୍ଭବ ।

୩. Durableteam: ଏହା ଏକ AI ଚାଳିତ ୱେବସାଇଟ୍ ବିଲ୍ଡର ଯାହା ଫଟୋ ଏବଂ ବିଷୟକୁ ନେଇ ସମ୍ପୂର୍ଣ୍ଣ ୱେବସାଇଟ ତିଆରି କରିଥାଏ । ଏହା customization and integrated marketing tool ବ୍ୟବହାର କରିଥାଏ ।
୪. AI Human Generator: ମାତ୍ର କିଛି କ୍ଲିକ୍ କରି ଆମେ ରିୟଲ ଟାଇମରେ AI ସହ ନିଜର ଏକ ହାଇପର-ରିୟଲିଷ୍ଟିକ ପ୍ରୋଫେସନାଲ ଫଟୋ ତିଆରି କରିପାରିବା ।

୫. Lingvisit: ଏହି ୱେବସାଇଟ୍ ସାହାଯ୍ୟରେ ପ୍ରତିଦିନ ମାତ୍ର ୧୦ ମିନିଟରେ ନୂଆ ଭାଷା ଶିଖିପାରିବା । ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।

AI Website Builder: Accelerate Your Agency's Web Design Efforts - Dapper  Sites

୬.   Fedica: ଏହି ୱେବସାଇଟ୍ ସାହାଯ୍ୟରେ AI ସଂଚାଳିତ ଅନୋଲିଟିକ୍ସ ସହ ଏକ ଶକ୍ତିଶାଳୀ ସୋସିଆଲ ମିଡିଆ କମ୍ୟୁନିଟି ଗଠନ କରିପାରିବା ।

୭. Freelogo: ମାତ୍ର କିଛି ସେକେଣ୍ଡରେ ଅଦ୍ଭୁତ ଏବଂ ସହଜ ଆଇକନ୍ ତିଆରି କରିପାରିବା ।

୮. aiCarousels: ଲିଙ୍କ୍‌ଡଇନ୍‌, ଇନଷ୍ଟାଗ୍ରାମ ଓ ଟିକଟକରେ ଭାଇରାଲ ହେଲା ଭଳି Carousels ତିଆରି କରିପାରିବା ।

୯. Hunter.io: କୌଣସି କମ୍ପାନୀରେ କାମ କରୁଥିବା ବ୍ୟକ୍ତିର ଇ-ମେଲ ତୁରନ୍ତ ଖୋଜି ପାରିବା ।

୧୦. FreeCodeCamp: ଏହି ୱେବସାଇଟ୍ ସାହାଯ୍ୟରେ ମାଗଣାରେ କୋଡ୍ ତିଆରି କରିବା ଶିଖିପାରିବ ।

Get real time updates directly on you device, subscribe now.