fbpx
BJD SKY
BJD SKY

ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡ ପକ୍ଷରୁ ଜାରି ହେଲା ନିଯୁକ୍ତି ବିଜ୍ଞପ୍ତି: ୧୫ ଦିନ ମଧ୍ୟରେ ଆବେଦନ କରିବାକୁ ପଡ଼ିବ

BJD

ସରକାରୀ ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡ ପକ୍ଷରୁ ପ୍ରକାଶ ପାଇଛି ଏକ ନିଯୁକ୍ତି ବିଜ୍ଞପ୍ତି । ପ୍ରାର୍ଥୀଙ୍କୁ ଆଇନ ପରାମର୍ଶଦାତା ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୩୫ ବର୍ଷରୁ ୬୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଯୋଗ୍ୟ ପ୍ରାର୍ଥୀଙ୍କୁ ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ବୋର୍ଡରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଆଇନରେ ସ୍ନାତକ ପାସ କରିଥିବେ । ଏଥିସହିତ ବାର ଡିଲିଂ ସହିତ ସିଭିଲ/ କ୍ରିମିନାଲ/ ସର୍ଭିସ ସମ୍ପର୍କିତ କେସରେ ୧୦ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମାସିକ ୬ ହଜାର ଟଙ୍କା ବେତନ ପ୍ରଦାନ କରାଯିବ ।

ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରାଯିବା ପରେ ସେଗୁଡ଼ିକୁ ଶର୍ଟଲିଷ୍ଟ କରାଯିବ । ତା’ପରେ ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ପ୍ରକ୍ରିୟା ପାଇଁ ପ୍ରାର୍ଥୀଙ୍କୁ ଡକାଯିବ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ରକୁ ବିଜ୍ଞପ୍ତିରେ ଦିଆଯାଇଥିବା ଠିକଣାରେ ପଠାଇବାକୁ ଅନୁରୋଧ । ବିଜ୍ଞପ୍ତି ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ପ୍ରାର୍ଥୀଙ୍କୁ ଆବେଦନ ପତ୍ର ପଠାଇବାକୁ ପଡ଼ିବ । ପରବର୍ତ୍ତୀ ସମୟରେ କୌଣସି ଆବେଦନ ପତ୍ର ପହଞ୍ଚିଲେ ତାହାକୁ ଗ୍ରହଣ କରାଯିବ ନାହିଁ ।

ନୋଟିଫିକେସନ ଲିଙ୍କ: https://osamb.odisha.gov.in/wp-content/uploads/2023/12/Legal-Consultant-3610.pdf

Get real time updates directly on you device, subscribe now.