fbpx
BSKY
BJD SHG SKY
BJD YOUTH SKY

ସାବଧାନ, ଆପଣଙ୍କର ବି ହୋଇପାରେ ପର୍ଣ୍ଣ ଭିଡିଓ: ବିପଦଜନକ ହେଉଛି AI ଟେକ୍ନୋଲୋଜି

ନୂଆଦିଲ୍ଲୀ: ବର୍ତ୍ତମାନ ସବୁଆଡେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଚାଲିଛି ଚର୍ଚ୍ଚା । ଏହା ଏମିତି ଏକ ଟେକ୍ନୋଲୋଜି ଯାହା ଦ୍ୱାରା ଅନେକ କିଛି ଜିନିଷ ସମ୍ଭବ ହୋଇପାରିଛି । ଅସୁନ୍ଦର ଚେହେରାକୁ ଏକ ସୁନ୍ଦର ଲୁକ୍ ଦେଇ ସମସ୍ତଙ୍କ ପସନ୍ଦ ହୋଇପାରିଛି ଏହି ଟେକ୍ନୋଲୋଜି । କିନ୍ତୁ ବର୍ତ୍ତମାନ ଏହାର ଏକ ନେଗେଟିଭ ଇମ୍ପାକ୍ଟ ଦେଖିବାକୁ ମିଳିଛି । ଏବେ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବା ଦିଗରେ ବ୍ୟବହାର ହେବା ଆରମ୍ଭ ହୋଇଛି ଏହି ଟେକ୍ନୋଲୋଜି । ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଏହାକୁ ବ୍ୟବହାର ଯେ କୌଣସି ବ୍ୟକ୍ତିଙ୍କ ଜୀବନରେ ଝଡ ସୃଷ୍ଟି କରାଯାଇପାରେ । କାରଣ ଏଆଇ ଦ୍ୱାରା ପର୍ଣ୍ଣୋଗ୍ରାଫିରେ ଅପବ୍ୟବହାର ହେବାର ସମ୍ଭାବନା ଖୁବ ବୃଦ୍ଧି ପାଇଛି ।

କ’ଣ ଏହି ଭିଡିଓ?

ଏଆଇ ଡିପ୍ ଫେକ୍ ପର୍ଣ୍ଣୋଗ୍ରାଫି, ଯାହା ମଣିଷର ବ୍ୟକ୍ତିଗତ ଜୀବନରୁ ଆରମ୍ଭ କରି ଚରିତ୍ର ଏବଂ ଭବିଷ୍ୟତ ଉପରେ ବଡ ପ୍ରଶ୍ନ ସୃଷ୍ଟି କରିପାରେ । ତେବେ ବିଶେଷ କରି ମହିଳାଙ୍କୁ ଏହି ଟେକ୍ନୋଲୋଜି ଖୁବ ସମସ୍ୟାରେ ପକାଇପାରେ । ଏଆଇ ଡିପଫେକ ଦ୍ୱାରା ମେସିନ ଲର୍ଣ୍ଣିଙ୍ଗରୁ ଏଡିଟ କରି ଭିଡିଓ ଏବଂ ଫଟୋ ପ୍ରସ୍ତୁତ କରାଯାଇଥାଏ । ତେବେ ପର୍ଣ୍ଣ ଭିଡିଓ ଏବଂ ଆଡଲ୍ଟ କଣ୍ଟେଣ୍ଟ ତିଆରି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଉଛି । ତେଣୁ ଏଆଇ ଟେକ୍ନୋଲୋଜିରେ ବର୍ତ୍ତମାନ ନୂଆ ଟୁଲ୍ସ ଏବଂ ଏଡିଟ ଅପ୍ସନ ଆସିବା ପରେ ପର୍ଣ୍ଣ ଇଣ୍ଡଷ୍ଟ୍ରିକୁ ଏପରି ଭିଡିଓ ପ୍ରସ୍ତୁତ କରିବାରେ ଆହୁରି ସୁବିଧା ହୋଇଯାଇଛି । ତେଣୁ ବର୍ତ୍ତମାନ କୌଣସି ଭିଡିଓରେ ଅନ୍ୟ ଜଣକ ଚେହେରା ଏଡିଟ କରାଯାଇ ପାରିବ । ଏହିପରି ଭାବରେ ସେଲବ୍ରିଟି ମାନଙ୍କ ସହିତ ଅନେକ ସାଧାରଣ ଲୋକଙ୍କ ଚେହେରାକୁ ଭୁଲ ବାଟରେ ଏଡିଟ କରି ଆଡଲ୍ଟ ଭିଡିଓ ପ୍ରସ୍ତୁତ କରି ସେୟାର କରାଯାଉଛି ।

ଜଣେ ରେଡିଟ ୟୁଜର ଏକ କ୍ଲିପ ସେୟାର କରିଥିଲେ । ଏଥିରେ ପର୍ଣ୍ଣ ଷ୍ଟାରଙ୍କ ସହ ଜଣେ ଅଭିନେତ୍ରୀଙ୍କ ଚେହେରା ଦେଖିବାକୁ ମିଳିଥିଲା । ଏହାପରେ ଅନେକ ସେଲିବ୍ରିଟି ତଥା ଅନ୍ୟ ଲୋକଙ୍କ ଚେହେରାକୁ ନେଇ ଏଭଳି ଭିଡିଓ ପ୍ରସ୍ତୁତ କରାଯାଇଛି । ଅଭିନେତ୍ରୀଙ୍କ ପରେ ଜଣେ କଲେଜ ଛାତ୍ରୀଙ୍କୁ ଏହି ଡିପଫେକ୍ ପର୍ଣ୍ଣୋଗ୍ରାଫି ବିଷୟରେ ଜଣା ପଡିଥିଲା ।

ତେବେ ଡିପଫେକ୍ ର ଏଭଳି ଏକ ନେଗେଟିଭ ଇମ୍ପାକ୍ଟ ଦେଖିବା ପରେ ଆର୍ଟିଫିସିଆଲ ଟୁଲ୍ସ ଏବଂ ସଫ୍ଟଓୟାର ପକ୍ଷରୁ ୟୁଜର୍ସମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଭଳି ପ୍ଲାଟଫର୍ମ ଏଆଇ ଡିପଫେକ କବଳରୁ ରକ୍ଷା କରିବା ପାଇଁ ଆଡଲ୍ଟ କଣ୍ଟେଣ୍ଟ ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଏହାବ୍ୟତୀତ ଅନଲାଇନରେ ଫଟୋ ଏବଂ ଭିଡିଓ ପୋଷ୍ଟ କରିବା ସମୟରେ ପ୍ରାଇଭେସି ଉପରେ ଧ୍ୟାନ ଦେବାକୁ କୁହାଯାଇଛି ।

Get real time updates directly on you device, subscribe now.