fbpx

୨୦୨୪ ନିର୍ବାଚନ ପୂର୍ବରୁ BJPକୁ ବଡ଼ ଝଟକା: NDA ମେଣ୍ଟରୁ ଓହରିଲା AIADMK

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବ । ଏନେଇ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଓ ବିରୋଧୀଙ୍କ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏହା ମଧ୍ୟରେ ବିଜେପି ବିଭିନ୍ନ ରାଜ୍ୟରେ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଥିବା ସମୟରେ ଇଣ୍ଡିଆ ବୈଠକ ଆୟୋଜନ କରି ରଣନୀତି ପ୍ରସ୍ତୁତ କରୁଛି ।

ତେବେ ଏହା ମଧ୍ୟରେ ଏନଡିଏକୁ ଲାଗିଛି ଏକ ବଡ଼ ଝଟକା । ତାମିଲନାଡ଼ୁରେ ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ (ଏଆଇଏଡିଏମକେ) ଏକ ବଡ଼ ଘୋଷଣା କରିଛି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଏଆଇଏଡିଏମକେ ଏନଡିଏ ମେଣ୍ଟରି ଓହରି ଯାଇଛି । ସର୍ବସମ୍ମତି କ୍ରମେ ଏଆଇଏଡିଏମକେ ଡେପୁଟି ସଂଯୋଜକ କେ.ପେି ମାସୁସାମି ଏ ବାବଦରେ ଘୋଷଣା କରିଛନ୍ତି ।

ତେବେ ଗତ ଏକ ବର୍ଷ ହେଲା ବିଜେପିର ରାଜ୍ୟ ଶାଖା ଏଆଇଏଡିଏମକେର ପୂର୍ବତନ ନେତୃବୃନ୍ଦ ଓ ଦଳର ସାଧାରଣ ସମ୍ପାଦକ ଏଡାପ୍ପାଡି କେ. ପାଲାନିସ୍ୱାମୀଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଥିଲେ । ତେଣୁ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଏଆଇଏଡିଏମକେର ଡେପୁଟି ସଂଯୋଜକ ମାନୁସାମୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ତାମିଲନାଡ଼ୁ ବିଜେପି ମୁଖ୍ୟ କେ. ଆନ୍ନାମାଲାଇ କ୍ରମାଗତ ଭାବେ ଏଆଇଏଡିଏକେର ନେତାଙ୍କ ବିରୋଧରେ ମନ୍ତବ୍ୟ ଦେଇଚାଲିଥିଲେ । ମାତ୍ର ଆନ୍ନାମାଲାଇଙ୍କ ଆକ୍ରମଣକୁ ନେଇ ବିଜେପି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେଣୁ ଏହି ଅସନ୍ତୋଷର ପରିଣତିସ୍ୱରୂପ ଶେଷରେ ଏଆଇଏଡିଏମକେ ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି ।

Get real time updates directly on you device, subscribe now.