fbpx

ଏକାଡେମିକ୍ କ୍ୟାଲେଣ୍ଡର ୨୦୨୪-୨୫ ରିଭାଇଜ୍ କଲା AICTE, ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ: ଆଲ୍ ଇଣ୍ଡିଆ କାଉନସିଲ୍ ଫର୍ ଟେକ୍ନିକାଲ ଇଜୁକେସନ୍‌(AICTE) ନିଜ ୱେବସାଇଟରେ ୨୦୨୪-୨୫ ଏକାଡେମିକ୍ କ୍ୟାଲେଣ୍ଡରର ରିଭାଇଜ୍‌ଡ ସିଡ୍ୟୁଲ ପ୍ରକାଶ କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବୈଷୟିକ ଅନୁଷ୍ଠାନରେ ଆଡମିଶନର ଶେଷ ତାରିଖକୁ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । AICTEର ୱେବସାଇଟରେ ଅଫିସିଆଲ ନୋଟିଫିକେସନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯାଇଛି ।

ବୈଷୟିକ ଅନୁଷ୍ଠାନରେ ପ୍ରଥମ ବର୍ଷ ଆଡମିଶନ୍ ପାଇଁ ଶେଷ ତାରିଖ ବର୍ତ୍ତମାନ ଅକ୍ଟୋବର ୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଆଡମିଶନ୍ କରିବାରେ ଶେଷ ତାରିଖ ୧୫ ସେପ୍ଟେମ୍ବର ଥିଲା । ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ଇନ୍ ମ୍ୟାନେଜମେଣ୍ଟ( PGDM) ଏବଂ ପୋଷ୍ଟ ଗ୍ରାଜୁଏଟ୍ ସାର୍ଟିଫିକେଟ୍ ଇନ୍ ମ୍ୟାନେଜମେଣ୍ଟ(PGDM) ପ୍ରୋଗ୍ରାମ ପ୍ରଦାନ କରୁଥିବା ଅନୁଷ୍ଠାନଗୁଡ଼ିକ ପାଇଁ ଆଡମିଶନର ଶେଷ ତାରିଖ ବୈଧ ନୁହେଁ । ଏହି ଅନୁଷ୍ଠାନଗୁଡ଼ିକ ସେମାନଙ୍କ ମୂଳ ଆଡମିଶନ୍ ସମୟ ସୀମାର ପାଳନ କରିବା ଜରୁରୀ ଯାହା ଅପରିବର୍ତ୍ତିତ ରହିବ । AICTEର ରିଭାଇଜ୍‌ଡ କ୍ୟାଲେଣ୍ଡର ଅନୁଯାୟୀ ଅକ୍ଟୋବର ୨୩ରୁ ବୈଷୟିକ ଶ୍ରେଣୀର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ ଆରମ୍ଭ ହେବ । ଏଥିମଧ୍ୟରେ UGC ସମସ୍ତ କେନ୍ଦ୍ରୀୟ, ରାଜ୍ୟ ଏବଂ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବର୍ତ୍ତମାନ AICTEରୁ ପ୍ରି ଆପ୍ରୁଭାଲ ନେବା ଆବଶ୍ୟକ ନାହିଁ ବୋଲି କହିଛି । ଲେଟେଷ୍ଟ ନୋଟିଫିକେସନ୍ ଅନୁଯାୟୀ ବିଶ୍ୱବିଦ୍ୟାଳୟଗୁଡ଼ିକୁ ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍ ଏବଂ ଟ୍ରାଭେଲ ଆଣ୍ଡ୍ ଟୁରିଜିମ ବିଷୟ ଅନ୍ତର୍ଗତ ODL ଏବଂ/କିମ୍ବା ଅନଲାଇନ୍ ମୋଡରେ ଗ୍ରାଜୁଏସନ୍‌, ପୋଷ୍ଟ ଗ୍ରାଜୁଏସନ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ଡିପ୍ଲୋମା ପ୍ରୋଗ୍ରାମ ଅଫର କରିବା ପାଇଁ AICTEରୁ ପ୍ରି ଆପ୍ରୁଭାଲ/ରେକମେଣ୍ଡେସନ୍ କିମ୍ବା ଏନଓସିର ଆବଶ୍ୟକ ନାହିଁ ।

Get real time updates directly on you device, subscribe now.