fbpx
BJD SKY
BJD SKY

ଏମ୍ସରେ ୩୦୦୦ ରୁ ଅଧିକ ପଦବୀ ପାଇଁ ଖାଲି: ଶିକ୍ଷାଗତ ଯୋଗ୍ୟତା ହିସାବରେ ଏପରି କରନ୍ତୁ ଆବେଦନ

BJD

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । କାରଣ, ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ନର୍ସିଂ ଅଫିସର, ନର୍ସିଂ ଅଫିସର ଏନଆଇଟିଆରଡି ନୂଆଦିଲ୍ଲୀରେ ନିଯୁକ୍ତି ପାଇଁ ଆବେଦନ ବାହାର କରିଛି ।

ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୨ ଏପ୍ରିଲ ୨୦୨୩ ରୁ ଆରମ୍ଭ ହୋଇଛି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୫ ମେ’ ୨୦୨୩ । ଏହି ନିଯୁକ୍ତି ମାଧ୍ୟମରେ ବିଭାଗ ସମଗ୍ର ଦେଶରେ ଉପସ୍ଥିତ ଥିବା ସମସ୍ତ ଏମ୍ସ ପାଇଁ ନର୍ସିଂ ଅଫିସରଙ୍କ ମୋଟ ୩୦୫୫ ପଦବୀ ପାଇଁ ପ୍ରାର୍ଥୀ ଚୟନ କରିବ ।

ସଂସ୍ଥା ନାମ- ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)

ପୋଷ୍ଟ ନାମ- ନର୍ସିଂ ଅଫିସର, ନର୍ସିଂ ଅଫିସର ଏନଆଇଟିଆରଡି, ନୂଆଦିଲ୍ଲୀ ।

ଶିକ୍ଷାଗତ ଯୋଗ୍ୟତା- ନର୍ସିଂ ଅଫିସର ପଦ ପାଇଁ ପ୍ରାର୍ଥୀ ନିଶ୍ଚିତ ଭାବରେ ନର୍ସିଂରେ ବି.ଏସ୍.ସି କିମ୍ବା ଜେନେରାଲ୍ ନର୍ସିଂ ମିଡୱାଇଫେରୀରେ ଡିପ୍ଲୋମା କରିଥିବେ । ଏହା ସହିତ ପ୍ରାର୍ଥୀ ଭାରତୀୟ ନର୍ସିଂ କାଉନସିଲରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ।
ଅନ୍ୟପକ୍ଷରେ ନର୍ସିଂ ଅଫିସର ଏନଆଇଟିଆରଡି, ନୂଆଦିଲ୍ଲୀ ପଦ ପାଇଁ ପ୍ରାର୍ଥୀ ନିଶ୍ଚିତ ଭାବରେ ନର୍ସିଂରେ ଡିପ୍ଲୋମା କରିଥିବେ । ଏହା ସହିତ ପ୍ରାର୍ଥୀ ଭାରତୀୟ ନର୍ସିଂ କାଉନସିଲରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ।

ବୟସ ସୀମା- ଏହି ପଦବୀ ପାଇଁ ପ୍ରାର୍ଥୀଙ୍କୁ ଅତିକମରେ ୧୮ ବର୍ଷ ବୟସ ହେବା ବାଧ୍ୟତାମୂଳକ । ଏବଂ ସର୍ବାଧିକ ବୟସ ୩୫ ବର୍ଷରେ ରଖାଯାଇଛି । ଦିଲ୍ଲୀ ବାହାରେ ଏମ୍ସ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ରହିଛି । ଅନ୍ୟପକ୍ଷରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମାରେ ଛାଡ ଦିଆଯିବ ।
ଆବେଦନ ଶୁଳ୍କ- ସାଧାରଣ ଏବଂ ଓବିସି ବର୍ଗ ପ୍ରାର୍ଥୀଙ୍କୁ ଏକ ଆବେଦନ ଶୁଳ୍କ ୩୦୦୦ / – ଦେବାକୁ ପଡିବ । ଏଥି ସହିତ, ଏସସି / ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ୨୪୦୦ / – ଟଙ୍କା ଆବେଦନ ଶୁଳ୍କ ଦେବା ବାଧ୍ୟତାମୂଳକ ।

ପୋଷ୍ଟ ସଂଖ୍ୟା – ମୋଟ ପୋଷ୍ଟ ସଂଖ୍ୟା ହେଉଛି ୩୦୫୫ ।
ତାରିଖ-

ଆବେଦନ ଆରମ୍ଭ ତାରିଖ – ୧୨ ଏପ୍ରିଲ ୨୦୨୩ ।

ଆବେଦନ କରିବାର ଶେଷ ତାରିଖ – ୪ ମେ ୨୦୨୩ ।

କିପରି ଆବେଦନ କରିବେ- ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ https://norcet4.aiimsexams.ac.in/କୁ ଯାଇ ଆବେଦନ କରିପାରିବେ ।

Get real time updates directly on you device, subscribe now.