fbpx
BSKY
BJD MC SKY
BJD MS SKY

AIIMS ବୈଜ୍ଞାନିକମାନେ ବିକଶିତ କଲେ ‘e-Nose’ ଡିଭାଇସ୍: ଯନ୍ତ୍ରକୁ ଫୁଙ୍କିଲେ ଜଣାପଡ଼ିବ ଫୁସଫୁସ କ୍ୟାନସର ହୋଇଛି କି ନା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫୁସଫୁସ କ୍ୟାନସର ଏକ ଭୟଙ୍କର ବୀମାରୀ । ପ୍ରତିବର୍ଷ ଏହି ଭୟଙ୍କର ରୋଗରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଅକାଳରେ ଝଡ଼ିଯାଉଛି । ତେବେ ଫୁସଫୁସ କ୍ୟାନସରକୁ ଚିହ୍ନଟ କରିବା ଏବେ ହୋଇଯିବ । ସହଜ । ଗୋଟିଏ ଯନ୍ତ୍ରକୁ କେବଳ ଫୁଙ୍କିବା ପରେ ଆପଣଙ୍କର ଏହି ରୋଗ ହୋଇଛି କି ନା ତାହା ଜଣାପଡ଼ିନାହିଁ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ତାହା ସତ ।

ସୂଚନା ମୁତାବକ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ)ର ଗବେଷକମାନେ ଏ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଗବେଷକମାନେ ଏକ ବୈଦ୍ୟୁତିକ ଉପକରଣ ‘ଇ-ନୋଜ୍’ ବିକଶିତ କରିଛନ୍ତି । ଏହି ଯନ୍ତ୍ରକୁ ଫୁଙ୍କିବା ପରେ ଲଙ୍ଗ କ୍ୟାନସର ବିଷୟରେ ସବୁ ଜଣାପଡ଼ିଯିବ । ଏହି ଡିଭାଇସକୁ ଉପଯୋଗ କରି ଭୋଲାଟାଇଲ ଅର୍ଗାନିକ କମ୍ପାଉଣ୍ଡସ ଦ୍ୱାରା ଲଙ୍ଗ କ୍ୟାନସରର ଲକ୍ଷଣକୁ ଚିହ୍ନଟ କରିବାକୁ ପ୍ରୟାସ କରାଯିବ । ଭୋଲାଟାଇଲ ଅର୍ଗାନିକ କମ୍ପାଉଣ୍ଡସ ହେଉଛି ରାସାୟନିକ ତତ୍ତ୍ୱର ମିଶ୍ରଣରେ ସୃଷ୍ଟି ହୋଇଥିବା ଏକ କାର୍ବନିକ ପଦାର୍ଥ ।

ଏନେଇ ଏମ୍ସର ଜଣେ ଗବେଷକ କହିଛନ୍ତି, ଯେତେବେଳେ ଆମେ ଶ୍ୱାସକ୍ରିୟା କରିଥାଉ, ସେ ସମୟରେ ଆମେ ଆଲକାନେସ ଓ ବେଞ୍ଜେନସ ପରି ଅନେକ କମ୍ପାଉଣ୍ଡସ ବାହାରକୁ ଛାଡ଼ିଥାଉ । ଏହାର ସରଞ୍ଚନା ବିଭିନ୍ନ ଲୋକ ଓ ରୋଗକୁ ନେଇ ଅଲଗା ଅଲଗା ହୋଇଥାଏ । ସେଥିମଧ୍ୟରୁ କିଛି ଭୋଲାଟାଇଲ ଅର୍ଗାନିକ କମ୍ପାଉଣ୍ଡସ ଫୁସଫୁସ କ୍ୟାନସରରେ ସଂକ୍ରମିତ ହୋଇଥିବା ଲୋକଙ୍କ ଦ୍ୱାରା ରେଗୁଟେଲ ହୋଇଥାଇପାରେ । ବିଭିନ୍ନ ରୋଗ ଅଲଗା ଅଲଗା ପ୍ୟାଟର୍ଣ୍ଣ ବା ମାଟ୍ରିକ୍ସରେ ଏହି ଭୋଲାଟାଇଲ ଅର୍ଗାନିକ କମ୍ପାଉଣ୍ଡସ ସୃଷ୍ଟି କରିଥାଏ । କିନ୍ତୁ ଥରେ ଆମେ ଏହି ପ୍ୟାଟର୍ଣ୍ଣକୁ ଚିହ୍ନଟ କରିପାରିଲେ ଆମେ ‘ଇ-ନୋଜ’ ଡିଭାଇସ ଦ୍ୱାରା ଶ୍ୱାସ ମାଧ୍ୟମରେ ରୋଗର ଲକ୍ଷଣରୁ ଚିହ୍ନଟ କରିପାରିବା । ଭାରତ ପରି ଏକ ବିକାଶଶୀଳ ଦେଶରେ ଲଙ୍ଗ କ୍ୟାନସର କ୍ଷେତ୍ରରେ ଏହି ଡିଭାଇସ ବିଶେଷ ଭାବେ ଲାଭଦାୟକ ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.