fbpx

Facebookରେ ଏବେ ମିଳିପାରିବ Blue Tick: ଆପଣଙ୍କ ଆକାଉଣ୍ଟ ଭେରିଫାଏଡ୍ ହୋଇଯିବ, ବଡ଼ ଘୋଷଣା କଲେ ଜୁକରବର୍ଗ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକରେ ବ୍ଲୁ ଟିକ ପାଇବା ଏବେ ସହଜ ହୋଇଯିବ । କମ୍ପାନୀର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏନେଇ ଏକ ବଡ଼ ଘୋଷଣା କରିଛନ୍ତି । ଚଳିତ ସପ୍ତାହରେ ଫେସବୁକ ଦ୍ୱାରା ମେଟା ଭେରିଫାଏଡ୍ ଲଞ୍ଚ କରାଯିବ । ଆପଣମାନେ ପଇସା ଦେଇ ବ୍ଲୁକ ଟିକ୍ ପାଇ ପାରିବେ ଓ ଏଥିସହିତ ଆପଣଙ୍କର ଆକାଉଣ୍ଟ ମଧ୍ୟ ଭେରିଫାଏଡ୍ ହୋଇପାରିବ ବୋଲି ମାର୍କ କହିଛନ୍ତି ।

ମେଟାର ଫାଉଣ୍ଡର ଜୁକରବର୍ଗ କହିଛନ୍ତି, ଚଳିତ ସପ୍ତାହରେ ଫେସବୁକ ଦ୍ୱାରା ଭେଟା ଭେରିଫାଏଡ୍ ଲଞ୍ଚ କରାଯିବ । ଆପଣମାନେ ପଇସା ଦେଇ ବ୍ଲୁ ଟିକ୍ ସେବା ପାଇପାରିବେ । ଆପଣଙ୍କର ଆକାଉଣ୍ଟ ମଧ୍ୟ ଭେରିଫାଏଡ୍ ହୋଇଯିବ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଟ୍ୱିଟରକୁ ନେଇ କମ୍ପାନୀର ସିଇଓ ଏଲନ ମସ୍କ ମଧ୍ୟ ଏପରି ନିଷ୍ପତ୍ତି ନେଇଥିଲେ । ଅର୍ଥ ପେଡ୍ କରି ଟ୍ୱିଟରରେ ବ୍ଲୁ ଟିକ ପାଇହେବ ବୋଲି ମସ୍କ ଘୋଷଣା କରିଥିଲେ । ତେବେ ଟ୍ୱିଟର ପରେ ଏବେ ଫେସବୁକରେ ଏହି ନିୟମ ଲାଗୁ ହେବାକୁ ଯାଉଛି ।

ଫେସବୁକ ବ୍ଲୁ ଟିକକୁ ନେଇ ଏକ ବଡ଼ ଘୋଷଣା କରିବ ବୋଲି ଦୀର୍ଘ ସମୟ ଧରି ଚର୍ଚ୍ଚା ହେଉଥିଲା । ମାର୍କଙ୍କ ଟିମ ମେଟା ଭେରିଫାଏଡକୁ ନେଇ ଦୀର୍ଘ ସମୟ ଧରି ରିସର୍ଚ୍ଚ କରିଆସୁଥିଲେ । କିନ୍ତୁ କିଛି ତଥ୍ୟକୁ ମଧ୍ୟ ବିବାଦ ଉପୁଜିଥିଲା ଓ ଶେଷରେ କମ୍ପାନୀର ପ୍ରତିଷ୍ଠାତା ଏହାକୁ ନେଇ ଏବେ ବଡ଼ ଘୋଷଣା କରିଛନ୍ତି । ତେବେ ଏଠାରେ ବୁଝିବାକୁ ହେବ ଯେ, ବିନା ସରକାରୀ ଆଇଡିରେ କେହି ନିଜର ଆକାଉଣ୍ଟକୁ ଭେରିଫାଏଡ୍ କରିପାରିବେ ନାହିଁ । ଏଥିସହିତ ୱେବ ଓ ଆଇଓଏସ ପ୍ଲାଟଫର୍ମରେ ଭେରିଫାଏଡ୍ ହେବା ପାଇଁ ଅଲଗା ଅଲଗା ଅର୍ଥ ଦେବାକୁ ପଡ଼ିବ । ୱେବ ପାଇଁ ମାସକୁ ୧୦୦୦ ଟଙ୍କା ଓ ଆଇଓଏସ ପାଇଁ ୧୨୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ମାର୍କ ନିଜର ପୋଷ୍ଟରେ କହିଛନ୍ତି । ଏହି ସେବା କାରଣରୁ ଫର୍ଜି ଆକାଉଣ୍ଟ ସମସ୍ୟାରୁ ଗ୍ରାହକଙ୍କୁ ସୁରକ୍ଷା ମିଳିବ ବୋଲି କୁହାଯାଇଛି । ପ୍ରଥମେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହାକୁ ଲଞ୍ଚ କରାଯିବ ।

Get real time updates directly on you device, subscribe now.