fbpx

ପୁଣି ଅଶାନ୍ତ JNU କ୍ୟାମ୍ପସ, ବାମପନ୍ଥୀ କାର୍ଯ୍ୟକର୍ତ୍ତା ଶିବାଜୀଙ୍କ ଛବି ଫିଙ୍ଗିଥିବା ଅଭିଯୋଗ ଆଣିଲା ଏବିଭିପି

Advertisement

ନୂଆଦିଲ୍ଲୀ: ଜେଏନୟୁ ରେ ପୁଣି ଥରେ ଅଶାନ୍ତ ହେଲା ବିଶ୍ୱବିଦ୍ୟାଳୟ ବାତାବରଣ। ରବିବାର ଦିନ ପୁଣି ଥରେ ଦିଲ୍ଲୀର ପ୍ରତିଷ୍ଠିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ରେ ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ଏଠାରେ ଥିବା ଜେଏନୟୁ ଛାତ୍ର ସଂଗଠନ କାର୍ଯ୍ୟାଳୟରେ ଶିବାଜୀଙ୍କ ଜୟନ୍ତୀ ଅବସରରେ ଅଖିଲ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ଏବଂ ବାମପନ୍ଥୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

ଏବିଭିପି ଅଭିଯୋଗ କରିଛି ଯେ ବାମପନ୍ଥୀ କାର୍ଯ୍ୟକର୍ତ୍ତାମାନେ ଶିବାଜୀ ମହାରାଜଙ୍କ ଛବିରୁ ଫୁଲମାଳ ବାହାର କରି ତଳେ ପକାଇ ଦେଇଥିଲେ। ଅନ୍ୟପକ୍ଷରେ ବାମପନ୍ଥୀମାନେ ଏବିଭିପି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।ଏବିଭିପି ଏକ ବିବୃତ୍ତିରେ କହିଛି ଯେ ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହା ଏକ କାର୍ଯ୍ୟକ୍ରମ ଆୟୋଜନ ହେଇଥିଲା । ଏହି କାର୍ଯ୍ୟକ୍ରମ ପରେ ତୁରନ୍ତ ବାମପନ୍ଥୀ ଛାତ୍ରମାନେ ସେଠାକୁ ଆସି ଫୁଲମାଳ ବାହାର କରି ଶିବାଜୀଙ୍କ ଛବି ତଳକୁ ଫିଙ୍ଗି ଦେଇଥିଲେ।

ଏବିଭିପି ଏହି ଘଟଣାର ଅନେକ ଫଟୋଗ୍ରାଫ୍ ମଧ୍ୟ ସେୟାର କରିଛି ଯେଉଁଥିରେ କୁହାଯାଇଛି ଯେ ‘ଜେଏନୟୁରେ ଛାତ୍ର ସଂଗଠନ କାର୍ଯ୍ୟାଳୟରେ ଶିବାଜୀଙ୍କ ଚିତ୍ରରେ ବାମପନ୍ଥୀମାନେ ଭଙ୍ଗାରୁଜା କରି ତାଙ୍କ ଚିତ୍ରରୁ ଫୁଲ ଫିଙ୍ଗି ଦିଆଯାଇଛି । ABVP ଏହାକୁ ଦୃଢ ନିନ୍ଦା କରୁଛି ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଏଥି ସହିତ ଜେଏନୟୁ ଷ୍ଟୁଡେଣ୍ଟସ ୟୁନିଅନ ଜେଏନଏସୟୁ ମଧ୍ୟ ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଜାରି କରି କହିଛି ଯେ ଏବିଭିପି ପୁଣି ଥରେ ଛାତ୍ରମାନଙ୍କ ଉପରେ ଆକ୍ରମଣ କରିଛି।

Get real time updates directly on you device, subscribe now.