fbpx

ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ: ଭାରତ-ପାକିସ୍ତାନ ସୀମା ନିକଟରେ ଦୁର୍ଘଟଣା

ରାଜସ୍ଥାନର ଜୈସଲମେର ଠାରେ ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ । ଭାରତୀୟ ବାୟୁସେନାର ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣା ଭାରତ-ପାକିସ୍ତାନ ସୀମା ନିକଟରେହୋଇଛି । ଏପର୍ଯ୍ୟନ୍ତ ପାଇଲଟଙ୍କ କୌଣସି ସୂଚନା ମିଳିନଥିବାବେଳେ ସର୍ଚ୍ଚ ଜାରି ରହିଛି ।

କୁହାଯାଉଛି ଯେ ଏହି ବିମାନ ଦୁର୍ଘଟଣା ରାତି ସାଢ଼େ ୮ଟା ସମୟରେ ଘଟିଛି । ବିମାନ ଏହାର ନିୟମିତ ଉଡ଼ାଣ ଭରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଛି । ଘଟଣା ଜଣାପଡ଼ିବାପରେ ତୁରନ୍ତ ବାୟୁସେନା ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଜୈସଲମେରର ପୋଲିସ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ନ୍ୟାସନାଲ ପାର୍କ ଏରିଆର ମରୁଭୂମି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

 

Get real time updates directly on you device, subscribe now.