fbpx

ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଭୁବନେଶ୍ୱର JMFC କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ

ଓଡିଶା ଭାସ୍କର; ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ । ରାଜଧାନୀ ଭୁବନେଶ୍ୱରରୁ ଏଭଳି ଏକ ଚର୍ଚ୍ଚିତ ଖବର ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଜଣଙ୍କ ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ତେବେ ଜାମିନ ପାଇଁ ପୂର୍ବରୁ ଅଭିଯୁକ୍ତ ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଜାମିନ ନାମଞ୍ଜୁର ହେବା ପରେ ଶେଷରେ ଆଜି ସେ ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଥିବା କୁହାଯାଉଛି ।

ସୂଚନା ମୁତାବକ, ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ଜଣକ ହେଲେ କୋରିମିଲି ଭେଙ୍କଟ ଶ୍ରୀନିବାସ । ସେ ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଭାବେ କାର୍ୟ୍ୟ କରୁଥିଲେ । ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ତାଙ୍କ ନାମରେ ଏକ ମାମଲା ଦାୟର ହୋଇଥିଲା । ଘରେ କେହି ନଥିବା ବେଳେ ବମିଖାଲ ଅଞ୍ଚଳରେ ଘରେ ପଶି ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଗତ ଜୁନ ୨୮ ତାରିଖରେ ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଯାହାକୁ ନେଇ ଅଭିଯୁକ୍ତ ତଥା ସେନା ଅଧିକାରୀଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଜାରି ରଖିଥିଲା ପୋଲିସ । ଏମିତି କି ତାଙ୍କୁ ଗିରଫ କରିବା ପାଇଁ ପୋଲିସ ୨ ଥର ରାଜ୍ୟ ବାହାରକୁ ମଧ୍ୟ ଯାଇଥିଲା । କିନ୍ତୁ ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିଲେ । ପୂର୍ବରୁ ଅଭିଯୁକ୍ତ ଜଣକ ଜାମିନ ପାଇଁ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଜାମିନ ନାମଞ୍ଜୁର ହେବାରୁ ଶେଷରେ ଆଜି ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

Get real time updates directly on you device, subscribe now.