fbpx

ଏୟାରଇଣ୍ଡିଆ କ୍ର‌୍ୟୁ ମେମ୍ବରଙ୍କ ପାଇଁ ଟାଟାର ନୂଆ ମାଗଦର୍ଶିକା: କମ୍‌ ଅଳଙ୍କାର ପିନ୍ଧ, ଡ୍ୟୁଟିଫ୍ରି ସପ୍‌ ଯିବା ବନ୍ଦ କର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଟାଟା ଗ୍ରୁପକୁ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରିବା ପରେ ଏବେ ଟାଟା ଏହାକୁ ନୂଆ ରୂପ ଦେବାକୁ ଯାଉଛି । ଏନେଇ ରବିବାର ଏୟାରଇଣ୍ଡିଆ କ୍ୟାବିନ୍‌ କ୍ର‌୍ୟୁ ମେମ୍ବରଙ୍କ ପାଇଁ ନୂଆ ମାଗଦର୍ଶିକା ଜାରି କରିଛି । ନୂଆ ମାଗଦର୍ଶିକା ଅନୁଯାୟୀ- କଷ୍ଟମ୍ସ ଏବଂ ସୁରକ୍ଷା ଯାଞ୍ଚରେ ବିଳମ୍ବ ନହେବା ପାଇଁ କ୍ୟାବିନ କ୍ର‌୍ୟୁମାନେ କମ ଅଳଙ୍କାର ପିନ୍ଧିବେ । କ୍ୟାବିନ କ୍ର‌୍ୟୁମାନେ ଡ୍ୟୁଟିଫ୍ରି ସପ୍‌ ପରିଦର୍ଶନ କରିବା ପରିବର୍ତ୍ତେ ଇମିଗ୍ରେସନ ଏବଂ ସୁରକ୍ଷା ଯାଞ୍ଚ ସମାପ୍ତ କରି ଶୀଘ୍ର ବୋର୍ଡିଂ ଗେଟ ପାଖକୁ ଯିବେ । ସମସ୍ତ କ୍ୟାବିନ କର୍ମଚାରୀମାନେ କ୍ୟାବିନରେ ଉପସ୍ଥିତ ଅଛନ୍ତି କି ନାହିଁ, ସେନେଇ କ୍ୟାବିନ ସୁପରଭାଇଜର ନିଶ୍ଚିତ କରିବେ । ବୋର୍ଡିଂ ସମାପ୍ତ ନହେବା ପର୍ଯ୍ୟନ୍ତ କ୍ୟାବିନ କର୍ମଚାରୀମାନେ କୌଣସି ଖାଦ୍ୟ ଖାଇପାରିବେ ନାହିଁ କି କିଛି ପିଇ ପାରିବେ ନାହିଁ । ଏୟାର ଇଣ୍ଡିଆର ପୂର୍ବ ନିର୍ଦ୍ଦେଶକୁ କ୍ୟାବିନ କ୍ର‌୍ୟୁ ୟୁନିଅନ୍‌ ବିରୋଧ କରିବା ପରେ ଏବେ ଏହି ନୂଆ ମାର୍ଗଦର୍ଶିକା ଜାରି କରିଛି ଏୟାର ଇଣ୍ଡିଆ ।

ପୂର୍ବ ନିର୍ଦ୍ଦେଶରେ କୁହାଯାଇଥିଲା ଯେ, କ୍ୟାବିନ କ୍ରୁ ସଦସ୍ୟମାନଙ୍କ ବିଏମଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା  । ବିଏମଆଇ ସାଧାରଣତଃ ଗୋଟିଏ ଲୋକ କେତେ ମୋଟା ତାହା ଜଣାପଡ଼େ  । ଏଣୁ ସରଳ ଭାଷାରେ କହିଲେ ମୋଟା କ୍ୟାବିନ କ୍ରୁମାନଙ୍କୁ ବିମାନରେ ପ୍ରବେଶ ଉପରେ କଟକଣା ଲଗାଯାଇପାରେ  । ତେବେ ଏହାକୁ ଏୟାର ଇଣ୍ଡିଆର ୨ଟି ୟୁନିଅନ ବିରୋଧ କରିଥିଲା  ।

Get real time updates directly on you device, subscribe now.