fbpx

୩୦ ଲକ୍ଷରେ ବିକ୍ରି ହେଲେ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ, ଜାଣନ୍ତୁ କେଉଁ ଟିମ୍ କିଣିଲା

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୨ର ମେଗା ଅକ୍ସନରେ ୩୦ ଲକ୍ଷରେ ବିକ୍ରି ହୋଇଛନ୍ତି । ଅର୍ଜୁନ ଜଣେ ଅଲରାଉଣ୍ଡର ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ପୁଣି ଥରେ ନିଜ ଟିମରେ ସାମିଲ କରିଛି । ଗତ ୨୦୨୧ ସିଜିନରେ ମଧ୍ୟ ମୁମ୍ବାଇ ଅର୍ଜୁନଙ୍କୁ ବେସ୍ ପ୍ରାଇସରେ କିଣିଥିଲା ।

କିମ୍ବାଦନ୍ତୀ କ୍ରିକେଟର ସଚିନଙ୍କ ପୁତ୍ର ଅର୍ଜୁନ ହେଉଛନ୍ତି ଜଣେ ପେସ୍ ବୋଲର । ଗତବର୍ଷ ଆଇପିଏଲ ନିଲାମ ସମୟରେ ଅର୍ଜୁନଙ୍କ ନାମ ଶେଷରେ ଥିଲା । ପ୍ରଥମ ଥର ପାଇଁ ଆଇପିଏଲ ନିଲାମୀରେ ସାମିଲ ହୋଇଥିବାରୁ ତାଙ୍କୁ ମୁମ୍ବାଇ ବେସ୍ ପ୍ରାଇସ୍ ୨୦ ଲକ୍ଷରେ କିଣିଥିଲା । ତେବେ ଆହତ କାରଣରୁ ସେ ଟୁର୍ଣ୍ଣାମେଣ୍ଟ ଅଧାରୁ ଫେରିଯାଇଥିଲେ ଓ କୌଣସି ମ୍ୟାଚ ଖେଳି ପାରିନଥିଲେ । ଗତବର୍ଷ ମଧ୍ୟ ଅର୍ଜୁନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିକରେ ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଥିଲେ ।

Get real time updates directly on you device, subscribe now.