fbpx

ଏୟାର ଇଣ୍ଡିଆ ବିନିବେଶ: ଦୌଡରେ ଆଗୁଆ ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହି ବିନିବେଶ ଶେଷ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଥିବା ବେଳେ ଟାଟା ଗ୍ରୁପ୍ ଓପ ସ୍ପାଇସ ଜେଟ୍ ଆଗୁଆ ରହିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ୫୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।
୨୦୧୮ରେ ସରକାର ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ରାଜି ହୋଇଥିଲେ । ସରକାର ଶତ ପ୍ରତିଶତ ବିନିବେଶ କରୁଥିବାକ ବେଳେ ୫୦ ପ୍ରତିଶତ ଅଂଶଧନ ଏଆଇସାଟସ ନିକଟରେ ରହିବ । ଏହି ଚୁକ୍ତି ଅନୁଯାୟୀ ଏୟାର ଇଣ୍ଡିଆ ମୁମ୍ବାଇ ସ୍ଥିତ ବିଲ୍ଡିଂ ଏବଂ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ମଧ୍ୟ ଟାଟାକୁ ପ୍ରଦାନ କରାଯିବ ।

Get real time updates directly on you device, subscribe now.