fbpx

ସକାଳୁ ଚା ପିଉଛନ୍ତି କି; ଭୋଗି ପାରନ୍ତି ଏହି ସବୁ ସମସ୍ୟା

କୁହାଯାଏ ଯଦି ସକାଳ ଭଲରେ ଆରମ୍ଭ ହେବ ତେବେ ଦିନ ଯାକ ଭଲରେ କଟିଥାଏ । ତେଣୁ ସକାଳୁ ଅନେକ ଲୋକ ବାହାରର ସୁସ୍ଥ ଓ ଶାନ୍ତ ବାତାବରଣରେ ବ୍ୟାୟାମ ଆଦି କରିଥାନ୍ତି । କିନ୍ତୁ ଅନେକ ଲୋକ ଥାଆନ୍ତି ଯେଉଁମାନେ ସକାଳୁ ଉଠି ଖାଲି ପେଟରେ ଚା ପିଇବା ଭଳି ବଦ ଅଭ୍ୟାସ ରଖିଥାନ୍ତି । ଏହି ବଦ ଅଭ୍ୟାସ ଯୋଗୁଁ ଆଗକୁ ସେମାନଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ । କାରଣ ଏମିତି କିଛି ରୋଗ ରହିଛି ଯାହା ଖାଲି ପେଟରେ ଚାହା ପିଇବା ଦ୍ୱାରା ହୋଇଥାଏ । ସେ ଗ୍ରୀନ ଟି ହେଉ କି ରେଡ ଟି, ଖାଲି ପେଟରେ ଚାହା ପିଇବା ଶରୀର ପକ୍ଷେ ବିଷ ତୁଲ୍ୟ ହୋଇଥାଏ । କାରଣ ଚାହାରେ ଏସିଡ ରହିଥାଏ । ଏହି ଏସିଡ୍ ଯେତେବେଳେ ଶରୀରର ଲାଳ ଅଂଶ ସହ ମିଶିଯାଏ, ପେଟରେ ଏସିଡିଟି ହେବା ସହିତ ଗ୍ୟାସ ଓ ଅନେକ ରୋଗକୁ ଡାକି ଆଣିଥାଏ ।

ଖାଲି ପେଟରେ ଚାହା ପିଇବା ଦ୍ୱାରା ଏସଡିଟି ହୋଇ ଗ୍ୟାସ ଉତ୍ପନ୍ନ ହୋଇଥାଏ । ଏହି ଗ୍ୟାସ ରକ୍ତ କଣିକା ସହିତ ମିଶିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବଢିଥାଏ । ଯାହା ଦ୍ୱାରା ହାର୍ଟ ଆଟାକ, ବ୍ଲଡପ୍ରେସର, ନିଦ୍ରାହିନତାଭଳି ସମସ୍ୟା ଦେଖା ଦେଇଥାଏ । ଏହା ସହିତ ଖାଲି ପେଟରେ ଚାହା ପିଇବା ଦ୍ୱାରା ଏହାର ପ୍ରଭାବ ସିଧା ହଜମ ଶକ୍ତି ଉପରେ ପଡିଥାଏ । ଏହା ହଜମ ଶକ୍ତି ଓ ମେଟାବୋଲିଜିମକୁ କମ୍ କରିଥାଏ । ଏଥିପାଇଁ ଶରୀରର ଓଜନ ବଢିବାରେ ଲାଗିଥାଏ ଓ ଭୋକ ନହେବା ଭଳି ସମସ୍ୟା ଉପୁଜି ଥାଏ । ଏହା ମଳକଣ୍ଟକ ଓ ଅର୍ଶ ରୋଗୀ ମାନଙ୍କ ପାଇଁ ବିଶେଷ କ୍ଷତି ପହଞ୍ଚ।ଇଥାଏ ।

Get real time updates directly on you device, subscribe now.