fbpx

ହଂକଂକୁ ଏୟାର ଇଣ୍ଡିଆ ବିମାନ ବାତିଲ

ନୂଆଦିଲ୍ଲୀ ,୪ ।୨: ଚୀନରେ ଆତଙ୍କ ଖେଳାଉଥିବା କରୋନା ଭାଇରସ ଏବେ ଚିନ୍ତା ବିଷୟ ପାଲଟିଲାଣି । ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏନେଇ ହଂକଂକୁ ସମସ୍ତ ବିମାନ ବାତିଲ କରିଛି ଏୟାର ଇଣ୍ଡିଆ । ୭ ଫେବ୍ରୁଆରିରୁ ୨୮ ମାର୍ଚ୍ଚ ଯାଏ ଏୟାର ଇଣ୍ଡିଆ ପକ୍ଷରୁ ସମସ୍ତ ବିମାନ ବାତିଲ କରାଯାଇଛି ।

ତେବେ କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ୪୨୫ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୬୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ହଜାରରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଭାରତର କେରଳରେ ମଧ୍ୟ ତିନିଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ମୁତାବିକ ସେମାନେ ଗତ କିଛି ଦିନ ତଳେ ଚୀନରୁ ଫେରିଥିଲେ । ଏହାସହ ଓଡ଼ିଶାର କଟକ ସ୍ଥିତ ଏସସିବିରେ ମେଡ଼ିକାଲରେ ସନ୍ଦିଗ୍ଧ କେତେ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.