fbpx

ଗଣଶିକ୍ଷା ବିଭାଗରେ ନୂଆ ଗାଇଡ୍ ଲାଇନ୍

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ଗଣଶିକ୍ଷା ବିଭାଗରେ ଆଜି ଏକ ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ୬ ବର୍ଷରୁ ଅଧିକ ସମୟ ଡିଇଓ କାର୍ଯ୍ୟାଳୟରେ ଅଧିକାରୀମାନେ ରହିପାରିବେନି । ବିଇଓ ମଧ୍ୟ ୬ ବର୍ଷରୁ ଅଧିକ ସମୟ କାର୍ଯ୍ୟାଳୟରେ ରହିପାରିବେନି । ଯେଉଁ ଅଧିକାରୀ ଅଧିକ ସମୟ ରହିଛନ୍ତି ତାଙ୍କର ବଦଳି ହେବ । ଗାଇଡଲାଇନ ଜାରି କରିଛି ଗଣଶିକ୍ଷା ବିଭାଗ । ଆଗକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କ୍ଷେତ୍ରରେ ଏହି ନିୟକ ଲାଗୁ ହେବ କି ନାହିଁ, ସେନେଇ ବିଚାରବିମର୍ଶ ଜାରି ରହିଛି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.