fbpx

ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର: ଯାତ୍ରା ତାରିଖ ବଦଳାଇଲେ ବି କଟିବନି ଟଙ୍କା

ନୂଆଦିଲ୍ଲୀ: କୋଭିଡ୍-୧୯ ସଙ୍କଟକୁ ଆଖି ଆଗରେ ରଖି ଏୟାର ଇଣ୍ଡିଆ ନିଜ ଯାତ୍ରୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆଣିଛି । ସଂକ୍ରମଣ କାରଣରୁ ଉପୁଜିଥିବା ଅନିଶ୍ଚିତତାକୁ ନଜରରେ ରଖି ଘରୋଇ ଫ୍ଲାଇଟ୍ ପାଇଁ ତାରିଖ ବଦଳାଇବା ଦ୍ୱାରା କୌଣସି ଚାର୍ଜ ଲାଗିବ ନାହିଁ । ଏହା କେବଳ ଥରେ ହିଁ ହୋଇପାରିବ । ଯଦି ଆପଣ ଦ୍ୱିତୀୟ ଥର ତାରିଖ ବଦଳାଉଛନ୍ତି ତାହେଲେ ଶୁଳ୍କ ଦେବାକୁ ପଡ଼ିବ । ଟୁଇଟ୍ କରି ଏୟାର ଇଣ୍ଡିଆ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଟୁଇଟ୍ ରେ କୁହାଯାଇଛି ଯେ, ଘରୋଇ ଫ୍ଲାଇଟ୍ ଯାତ୍ରୀ ୨୦୨୨, ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମ କନଫର୍ମ ଟିକେଟ୍ ତାରିଖ କିମ୍ବା ଉଡ଼ାଣ ସଂଖ୍ୟା ବଦଳାଇ ପାରିବେ । ସୁଚନାଯୋଗ୍ୟ ଯେ, କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ଫଳରେ ଏୟାରଲାଇନ୍ସ ଉଦ୍ୟୋଗ ଅତ୍ୟଧିକ ଚାପ ଭିତରେ ରହିଛଇ । ଯାତ୍ରା ସଂଖ୍ୟା କମୁଥିବାରୁ ବ୍ୟବସାୟ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଯାତ୍ରୀ ମାନେ ସଂକ୍ରମଣ ଭୟରେ ଅନ୍ୟ ଦେଶକୁ ଯାତ୍ରା କରୁନାହାନ୍ତି । ବର୍ତ୍ତମାନ ଇଣ୍ଡିଗୋ ମଧ୍ୟ ନିଜର ଫ୍ଲାଇଟ୍ ସଂଖ୍ୟା ୨୦ ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.