fbpx

PMଙ୍କ ସୁରକ୍ଷାରେ ତ୍ରୁଟି ହୋଇନାହିଁ, UP ନିର୍ବାଚନ ଜିତିବା ପାଇଁ ଏପରି ବ୍ୟୁହ ରଚନା କରିଥିଲା BJP: ପଞ୍ଜାବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୫ ତାରିଖରେ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ହୋଇଥିବା ଅବ୍ୟବସ୍ଥା ନେଇ ବର୍ତ୍ତମାନ ଦେଶରେ ଚର୍ଚ୍ଚା ଜାରି ରହିଥିବା ବେଳେ ଏହି ସମୟରେ ପୁଣି ଏକ ବିବାଦ ମୁଣ୍ଡ ଟେକିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ୍ ସିଂହ ଚନ୍ନି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି । ମିଛଟାରେ ପଞ୍ଜାବ ସରକାରଙ୍କୁ ବଦନାମ କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଆଗକୁ ଦେଶର ସର୍ବବୃହତ ବିଧାନସଭା କ୍ଷେତ୍ର ଉତ୍ତରପ୍ରଦେଶରେ ନିର୍ବାଚନ ଥିବାରୁ ସେଥିରେ ଜିତିବା ପାଇଁ ଭାଜପା ଏହି ବ୍ୟୁହ ରଚନା କରିଛି । ପଞ୍ଜାବର କୌଣସି ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି ।

ସେ ପୁଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଲକ୍ଷ୍ୟରେ ରଖି ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମୋଦିଙ୍କୁ ରାସ୍ତାରେ ଅଟକାଇଥିବା ବିକ୍ଷୋଭକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଯଦି ପିଏଙ୍କୁ ୧୦ ମିନିଟ୍ ଅପେକ୍ଷା କରିବାକୁ ପଡ଼ିଲା ତ କ’ଣ ହୋଇଗଲା । ଜଣେ ହେଲେ ବି ବିକ୍ଷୋଭକାରୀ ମୋଦିଙ୍କ ପାଖ ମାଡ଼ିନଥିଲେ କି କୌଣସି କ୍ଷତି କରିବାକୁ ଉଦ୍ୟମ କରିନଥିଲେ । ପିଏମଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭାଜପା ୭୦ ହଜାର ଚୌକିର ବ୍ୟବସ୍ଥା କରିଥିଲା, ମାତ୍ର ସଭାସ୍ଥଳକୁ ମାତ୍ର ୭ ଶହ ଲୋକ ଯାଇଥିଲେ । ତେଣୁ ବାଧ୍ୟହୋଇ ମୋଦି ରାଲିକୁ ଯାଇନଥିଲେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.