fbpx

ବଢ଼ିଲା ରେଳଯାତ୍ରୀଙ୍କ ସମସ୍ୟା ! ରେଲୱେ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍, ଯିବା ପୂର୍ବରୁ କରନ୍ତୁ ଚେକ୍

ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି କରାଯାଇଛି । ଗତ ୨ ବର୍ଷରେ କରୋନା ଯୋଗୁଁ ଲୋକଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିଛି । କରୋନା ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ସରକାର ମଧ୍ୟ ଏହାକୁ ନେଇ ଚିନ୍ତିତ ଅଛନ୍ତି । ଏହାରି ମଧ୍ୟରେ କରୋନା ପୁଣି ବିସ୍ତାର ହେବାରେ ଲାଗିଛି ଓ ତୃତୀୟ ଲହର ବ୍ୟାପିବା ଆରମ୍ଭ ହୋଇଛି । ଏହାକୁ ଦେଖି ରେଲୱେ ପୁଣିଥରେ କୋଭିଡର ନୂଆ ଗାଇଡଲାଇନ୍ ଜାରି କରିଛି ।

ଲୋକାଲ ଟ୍ରେନରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଦକ୍ଷିଣ ରେଲବାଇ । ଏହା ଅଧିନରେ କରୋନା ଟିକା ନ ନେଇଥିବା ଲୋକଙ୍କୁ ଷ୍ଟେସନ ବା ଟ୍ରେନରେ ଏଣ୍ଟ୍ରି ଦିଆଯିବ ନାହିଁ । ଲୋକାଲ୍ ଟ୍ରେନରେ ‘ନୋ ଭ୍ୟାକ୍ସିନ୍’ , ‘ନୋ ଏଣ୍ଟ୍ରି’ ନିୟମ ଲାଗୁ କରାଯାଇଛି । ଅର୍ଥାତ୍ ଯାତ୍ରୀଙ୍କ ପାଇଁ ଟିକାକରଣ ବାଧ୍ୟତାମୂଳକ ହୋଇଛି । ଯଦି କୌଣସି ଯାତ୍ରୀ ସିଙ୍ଗଲ ଡୋଜ୍ ନେଇଛନ୍ତି, ତେବେ ବି ତରଙ୍କୁ ଯାତ୍ରା କରିବାକୁ ଟ୍ରେନରେ ଏଣ୍ଟ୍ରି ମିଳିବ ନାହିଁ । କରୋନାକୁ ନେଇ ଯାତ୍ରୀଙ୍କ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ । ଯାତ୍ରୀମାନଙ୍କୁ ଟିକେଟ୍ ବୁକିଂ କରିବା ବେଳେ ଟିକାକରଣର ସାର୍ଟିଫିକେଟ ଦେଖାଇବାୁ ବାଧ୍ୟତାମୁଳକ କରାଯାଇଛି । ଦକ୍ଷିଣ ରେଳବାଇର ଏହି ପଦକ୍ଷେପକୁ ଦେଖି ଅନ୍ୟ ସ୍ଥାନରେ ବି ଏହି ନିୟମକୁ ଲାଗୁ କରାଯାଉଛି ।

Get real time updates directly on you device, subscribe now.