fbpx

ଆର୍ମୀ, ନାଭି ଏବଂ ଏୟାରଫୋର୍ସରେ ସାମିଲ ହେବା ପାଇଁ ସୁବର୍ଣ୍ଣ ସୁଯୋଗ, ୧୧ ଜାନୁଆରୀ ହେଉଛି ଆବେଦନର ଶେଷ ତାରିଖ

ଆର୍ମୀ, ନାଭି ଏବଂ ଏୟାରଫୋର୍ସ ରେ ସାମିଲ ହେବା ପାଇଁ ଇଚ୍ଛା ରଖିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ୟୁପିଏସସି ଦ୍ୱାରା ଆୟୋଜିତ ହେବାକୁ ଥିବା ଏନଡିଏ ପରୀକ୍ଷା ୨୦୨୨ ପାଇଁ ଅନଲାନଇ ଆବେଦନ ତାରିଖ ୧୧ ଜାନୁଆରୀ ୨୦୨୨  ଅର୍ଥାତ୍ ଆସନ୍ତାକାଲି ପର୍ଯ୍ୟନ୍ତ ରହିଛି । ଏମିତିରେ ଯଦି କେହି ଇଚ୍ଛୁକ ପ୍ରାର୍ଥୀ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି ତେବେ ଯଥାଶୀଘ୍ର ଅନଲାଇନ ୱେବସାଇଟ୍ upsconline.nic.in କୁ ଯାଇ ଆବେଦନ କରିନିଅନ୍ତୁ ।

ପରୀକ୍ଷା ମାଧ୍ୟମରେ ନ୍ୟାସନାଲ ଡିଫେନ୍ସ ଏକାଡେମୀର ଆର୍ମି, ନାଭି ଏବଂ ଏୟାରଫୋର୍ସ ରେ ଆଡମିଶନ ଦିଆଯିବ । ଯେଉଁଠାରେ ଭାରତୀୟ ସେନାରେ ସାମିଲ ହେବା ପାଇଁ ଏକ ଭଲ କ୍ୟାରିୟର ଗଠନ କରିପାରିବେ । ପରୀକ୍ଷା ପାଇଁ ଦ୍ୱାଦଶ ପାସ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏହା ସହ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରମାନେ ମଧ୍ୟ ଏଥିରେ ଆବେଦନ କରିପାରିବେ, ତେବେ ଯେଉଁମାନେ ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି ସେମାନଙ୍କୁ ୨୪ ଡିସେମ୍ବର ୨୦୨୨ ସୁଦ୍ଧା ସେମାନଙ୍କ ସାର୍ଟିଫିକେଟ ଜମା କରିବାକୁ ହେବ ।

ଆବେଦନ ୨୨ ଡିସେମ୍ବର ୨୦୨୧ ରୁ ଆରମ୍ଭ ହୋଇସାରିଛି ଏବଂ ଆବେଦନର ଶେଷ ତାରିଖ ଆସନ୍ତାକାଲି ଅର୍ଥାତ୍ ୧୧ ଜାନୁଆରୀ ୨୦୨୨ ରହିଛି । ପରୀକ୍ଷା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀ ସେମାନଙ୍କ ଆଡମିଟ୍ କାର୍ଡ ଡାଉନଲୋଡ କରିପାରବେ । ୧୦ ଏପ୍ରିଲ ୨୦୨୨ ରେ ହେବ ଲିଖିତ ପରୀକ୍ଷା ।

ଏନଡିଏ ପରୀକ୍ଷାରେ ସାମିଲ ହେବା ପାଇଁ ଆଶାୟୀ ଅଫିସିଆଲ ୱେବସାଇଟରେ ଆବେଦନ କରିପାରବେ । ତେବେ ଆବେଦନ କରିବା ପୂର୍ବରୁ ଭଲ ଭାବରେ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

Get real time updates directly on you device, subscribe now.