fbpx

ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶା ଆସିବ ଓମିସିୟର କିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସହିତ ଓମିକ୍ରନ ଭାରିଆଣ୍ଟ ବି ଚିନ୍ତା ବଢ଼ାଇବାରେ ଲାଗିଛି । ଓମିକ୍ରନ ଚିହ୍ନଟ ପାଇଁ ଜିନୋମ ସିକ୍ୱେନ୍ସିଂକୁ ନମୁନା ପଠାଯାଉଛି, ଫଳରେ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଏହାରି ମଧ୍ୟରେ ଆସିଛି ବଡ଼ ଖରବ । ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶା ଆସିବ ଓମିସିୟର କିଟ୍ । ଓମିସିୟର କିଟ୍ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅର୍ଡର କରାଯାଇଛି ।

ସୂଚନା ମୁତାବକ, ୫ ଲକ୍ଷ ଓମିସିୟର କିଟ୍ ଆଣିବାକୁ ଅର୍ଡର ଦିଆଯାଇଛି । ଟାଟା ମେଡିକାଲ ଏବଂ ଡାଇଗ୍ନୋଷ୍ଟିକକୁ ଅର୍ଡର ଦିଆଯାଇଛି । ‘ଓମିସିୟର’ ପରୀକ୍ଷା ଦ୍ୱାରା ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବ । ଓମିକ୍ରନ ଚିହ୍ନଟ ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ଆବ୍ୟଶ୍ୟକ ହେବନି । ଓମିସିୟର’ କିଟ୍ କିଣିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।

ତେବେ ରାଜ୍ୟରେ କରୋନା ସହିତ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟରୁ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଛି ଆଇଏଲଏସ । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.