fbpx

ମୁମ୍ବାଇ ବିମାନବନ୍ଦରରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଗଲେ ୮୫ ଯାତ୍ରୀ, ଦେଖନ୍ତୁ Video

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସେଠାରେ ଯାତ୍ରୀ ବସିଥିବା ଫ୍ଲାଇଟକୁ ଟାଣି ନେଉଥିବା ଗାଡ଼ିରେ ଅଚାନକ୍ ଲାଗିଯାଇଥିଲା ନିଆଁ । ଏହି ଦୁର୍ଘଟଣା ଭି୨୬ଆର ଷ୍ଟାଣ୍ଟରେ ଘଟିଥିଲା । ମୁମ୍ବାଇରୁ ଜାମନଗର ଯାଉଥିବା ବିମାନକୁ ଟାଣି ନେଉଥିବା ଗାଡ଼ିରେନିଆଁ ଲାଗିଥିଲା । ତେବେ ଗାଡ଼ିରେ କେଉଁ କାରଣରୁ ନିଆଁ ଲାଗିଥିଲା ବୋଲି ଜଣାପଡି ନାହିଁ ।

କୁହାଯାଉଛି ଯେ, ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇସି-୬୪୭ ମୁମ୍ବାଇ ଜାମନଗରକୁ ପୁଶବ୍ୟାକ୍ ଦେବା ଗାଡ଼ିରେ ଅଚାନକ୍ ନିଆଁ ଲାଗିଥିଲା । ସେହି ସମୟରେ ବିମାନରେ ୮୫ ଲୋକ ବସିଥିଲେ । ଦୁର୍ଘଟଣା ପରେ ଏୟାରପୋର୍ଟ ପ୍ରଶାସନ ତତ୍ପରତା ଦେଖା ନିଆାଁକୁ ଖୁବଶୀଘ୍ର ଲିଭାଇ ଦେଇଥିଲା । ଏହି ସମୟ ମଧ୍ୟରେ ବିମାନକୁ କୌଣସି କ୍ଷତି ହୋଇନାହିଁ ।

Get real time updates directly on you device, subscribe now.