fbpx

ଛଟେଇ ଅବଧି ମଧ୍ୟରେ ୫,୭୦୦ କର୍ମଚାରୀଙ୍କୁ ନିଯୁକ୍ତି କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ :ଚାକିରିରୁ ଆଜିକାଲଇ ଛଟେଇ ଚାଲିଥିବା ବେଳେ ଏୟାର ଇଣ୍ଡିଆ କର୍ମଚାରୀଙ୍କ ରେକର୍ଡ ନିଯୁକ୍ତି କରିଛି । ମାର୍ଚ୍ଚ ୩୧ ଶେଷ ହେବାକୁ ଥିବା ୨୦୨୩-୨୦୨୪ ଆର୍ôଥକ ବର୍ଷରେ ହୋଇଥିବା ନିଯୁକ୍ତି ସଂଖ୍ୟା କମ୍ପାନୀ ଏବେ ଖୁଲାସା କରିଛି ।

ଏୟାର ଇଣ୍ଡିଆ ଗତ ଆର୍ôଥକ ବର୍ଷରେ ସମୁଦାୟ ୫,୭୦୦ କର୍ମଚାରୀ ନିଯୁକ୍ତ କରିଥିଲା, ଯେଉଁଥିରେ ଫ୍ଲାଇଟ୍ କ୍ରୁଙ୍କ ପାଇଁ ୩,୮୦୦ ନିଯୁକ୍ତି ସାମିଲ । କର୍ମଚାରୀମାନଙ୍କୁ ସମ୍ବୋଧିତ କରିବାବେଳେ ଏହାର ସୂଚନା ଏୟାର ଇଣ୍ଡିଆର ଏମଡି ତଥା ସିଇଓ କ୍ୟାମ୍ପବେଲ ୱିଲସନଙ୍କ ଦ୍ୱାରା ସେୟାର କରାଯାଇଥିଲା ।

ସେ କହିଛନ୍ତି ଯେ, ଏୟାର ଇଣ୍ଡିଆ ଏହାର ସମ୍ପ୍ରସାରଣ ଯୋଜନାର ଏକ ଅଂଶ ଭାବରେ ଗତ ଆର୍ôଥକ ବର୍ଷରେ ୧୧ ଟି ଅନ୍ତର୍ଜାତୀୟ ସମେତ ୧୬ ଟି ନୂଆ ରୁଟ୍ ଆରମ୍ଭ କରିଛି । ଏହି ସମୟରେ ଏଥିରେ ଚାରୋଟି ଏ୩୨୦ ନିଓ, ୧୪ ଏ୩୨୧ ନିୟୋ, ଆଠ ଏ୭୭୭ ଏବଂ ତିନୋଟି ଏ୩୫୦ ସାମିଲ କରାଯାଇଛି । ଏୟାର ଇଣ୍ଡିଆର ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନ ଶୁକ୍ରବାର ଦିନ କର୍ମଚାରୀଙ୍କୁ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ ଏୟାରଲାଇନ୍ସ ପ୍ରଥମ ବ୍ୟାଚ୍ କ୍ୟାଡେଟ୍ ପାଇଲଟ୍ଙ୍କୁ ଅନ୍ତର୍ଭୁକ୍ତ କରିଛି, ଯେଉଁମାନେ ଖୁବ୍ ଶୀଘ୍ର ଆମେରିକାର ସହଯୋଗୀ ଫ୍ଲାଇଙ୍ଗ୍ ସ୍କୁଲ୍ ସହିତ ଗ୍ରାଉଣ୍ଡ ଟ୍ରେନିଂ ନେବେ ।

Get real time updates directly on you device, subscribe now.