fbpx

୧୪ତମ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କାହାକୁ କେଉଁଠୁ ମିଳିଲା ଟକେଟ ?

ନୂଆଦିଲ୍ଳୀ: ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋର ପ୍ରଚାର ଆରମ୍ଭ ହୋଇଯାଇଛି । ଏଥିମଧ୍ୟରେ କଂଗ୍ରେସ ପକ୍ଷରୁ ଆଉ ୧୪ତମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦର ପାଇଁ ୬ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି ।

ଏହା ପୂର୍ବରୁ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୪ରେ ୧୩ତମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାରେ ୩ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା । ଗୁଜରାଟ ଲୋକସଭା ନିର୍ବାଚନ ମଣ୍ଡଳୀର ସୁରେନ୍ଦ୍ର ନଗର, ଜୁନାଗଡ଼ ଏବଂ ଭଦୋଦରା ପାଇଁ ଏହି ୩ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ଦଳ ପକ୍ଷରୁ ରିତ୍ୱିକ୍ ଭାଇ ମକୱାନା(ସୁରେନ୍ଦ୍ର ନଗର), ହୀରା ଭାଇ ଜୋଟୱା(ଜୁନାଗଡ଼) ଏବଂ ଜସପାଲ ସିଂହ ପଢ଼ିଆର (ଭଦୋଦରା)ଙ୍କୁ ଟିକଟ ଦିଆଯାଇଥିଲା । ବର୍ତ୍ତମାନ ସୁଦ୍ଧା କଂଗ୍ରେସ ଏହାର ୧୪ତମ ତାଲିକାରେ ମୋଟ୍ ୨୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ୧୪ତମ ତାଲିକ ପ୍ରକାଶ ପାଇବା ପୂର୍ବରୁ ୧୩ ଭିନ୍ନ ଭିନ୍ନ ତାଲିକାରେ ୨୩୫ ପ୍ରାର୍ଥୀ ଘୋଷଣା କରିଛି । ଶୁକ୍ରବାର ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ଏହି ସଂଖ୍ୟା ୨୪୧କୁ ପହଞ୍ଚିଯାଇଛି । ଏହି ପ୍ରାର୍ଥୀ ତାଲିକାରେ ରମାକାନ୍ତ ଖଲାପ(ଉତ୍ତର ଗୋଆ), ଭିରିଆଟୋ ଫର୍ଣ୍ଣାଣ୍ଡିସ୍‌(ଦକ୍ଷିଣ ଗୋଆ), ସତ୍ୟପାଲ ସିଂହ ସିକରୱାର(ମୁରୈନ), ପ୍ରବୀଣ ପାଠକ(ଗ୍ୱାଲିୟର), ନରେନ୍ଦ୍ର ପଟେଲ(ଖାଣ୍ଡୱା) ଏବଂ ଅଜିତ ରାମଜୀ ଭାଇ ମହଲା(ଦାଦରା ଏବଂ ନଗର ହବେଲି(ଏସଟି)) ଆସନରୁ ଟକେଟ ମିଳିଛି ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଥିଲା । ଏହାର ନାମ ନ୍ୟାୟ ପତ୍ର ରଖାଯାଇଛି । ଏହା ମେନିଫିଷ୍ଟୋ ୫ ‘ନ୍ୟାୟ’ ଏବଂ ୨୫ ‘ଗ୍ୟାରେଣ୍ଟି ଉପରେ ଆଧାରିତ । ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦ୍ୱାରା କଂଗ୍ରେସ ମୁଖ୍ୟାଳୟରେ ଘୋଷଣା ପତ୍ର ଜାରି କରାଯାଇଥିଲା ।

Get real time updates directly on you device, subscribe now.