fbpx
BSKY SKY
BSKY SKY

ଏୟାର ଇଣ୍ଡିଆର ପାଇଲଟ୍ କରୋନା ପଜିଟିଭ୍, ଅଧାବାଟରୁ ଫେରିଆସିଲା ବିମାନ

BSKY

କରୋନାକୁ ନେଇ ଦିଲ୍ଲୀ ଏୟାରପୋର୍ଟରେ ଆଜି ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପ୍ରକୃତରେ, ଏୟାର ଇଣ୍ଡିଆର ବିମାନ ମାସ୍କୋ ପାଇଁ ଉଡାଣ ଭରିଥିଲା । ବିମାନଟି ଛାଡିବା ପରେ ଜଣାପଡିଲା ଯେ, ସେହି ବିମାନର ପାଇଲଟ୍ କରୋନା ପଜିଟିଭ୍ । ଏହା ଜାଣିବା ପରେ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ଏଟିସି ଜରିଆରେ ବିମାନର କ୍ରୁ ସହ ସମ୍ପର୍କ କରାଯାଇଥିଲା । ବିମାନଟିକୁ ତୁରନ୍ତ ଫେରିଆସିବାକୁ କୁହାଯାଇଥିଲା । ସେହି ସମୟରେ ବିମାନଟି ଉଜବେକିସ୍ତାନା ଉପରେ ଉଡୁଥିବାର ଜଣାପଡିଛି ।

କିପରି ହେଲା ଭୁଲ୍?

ମିଳିଥିବା ସୂଚନା ମୁତାବକ, ସକାଳେ ଯେତେବେଳେ କ୍ରୁ ସଦସ୍ୟଙ୍କ ରିପୋର୍ଟ ଦେଖାଯାଉଥିଲା ସେବେ ପାଇଲଟଙ୍କ ରିପୋର୍ଟ ନେଗେଟିଭ୍ ବୋଲି ସମସ୍ତେ ଭାବିନେଇଥିଲେ । କିନ୍ତୁ ପାଇଲଟ୍ କରୋନାରେ ସଂକ୍ରମିତ ଥିଲେ । ଦୁଇ ଘଣ୍ଟା ପରେ ଯେବେ ରିପୋର୍ଟର ପୁନଃ ଯାଞ୍ଚ ହେଲା, ସେତେବେଳେ ପାଇଲଟ୍ କରୋନା ସଂକ୍ରମିତ ଥିବା ଜଣାପଡିଲା । ତେବେ ଏହି ବିମାନ ଋଷିଆରେ ଫସିଥିବା ଭାରତୀୟମାନଙ୍କୁ ଫେରାଇଆଣିବାକୁ ଯାଉଥିଲା, ଯାହାର ଅର୍ଥ ବିମାନରେ କେବଳ କ୍ରୁ ସଦସ୍ୟ ଥିଲେ । ୧୨ଟା ୩୦ ମିନିଟରେ ଏୟାରବସ୍ ଏ-୩୨୦ ଦିଲ୍ଲୀ ଫେରିଆସିଥିଲା । ଏବେ ସମସ୍ତ କ୍ରୁ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।

Get real time updates directly on you device, subscribe now.