fbpx

କଟକଣା ସହିତ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ

ପୁରୀ, ୩୦ା୫(ଓଡ଼ିଶା ଭାସ୍କର): ପୁରୀରେ କଟକଣା ସହିତ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସରକାରଙ୍କୁ ଏହିପରି ପ୍ରସ୍ତାବ ଦିଆଯାଇଥିବା ନେଇ ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ । ସ୍ନାନଯାତ୍ରାକୁ ନେଇ ଗଜପତି ମହାରାଜ ସୂଚନା ଦେଇ କହିଛନ୍ତି ଯେ ସୀମିତ ସେବକ ଓ କିଛି ପ୍ରଶାସନିକ ଅଧିକାରୀ ନିୟୋଜିତ ହେବେ । ସିଧାପ୍ରସାରଣ ବ୍ୟବସ୍ଥା କରିବ ସୂଚନା ଓ ଲୋକସମ୍ପର୍କ ବିଭାଗ । ଘରେ ବସି ଶ୍ରଦ୍ଧାଳୁମାନେ ଠାକୁରଙ୍କ ସ୍ନାନଯାତ୍ରା ଦେଖିପାରିବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.