fbpx

ଲକଡାଉନ-୫ ସମର୍ଥନରେ ଅଛନ୍ତି ଏହି ସବୁ ରାଜ୍ୟ?

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲାଗୁହୋଇଥିବା ଲକଡାଉନ-୪ର ଅବଧି ରତ୍ୱାର ଅର୍ଥାତ୍ ମେ ୩୧ରେ ଶେଷ ହେବାକୁ ଯାଉଛି । ଆଶା କରାଯାଉଛି କି, ରାଷ୍ଟ୍ରବ୍ୟାପୀ ଲକଡାଉନ-୫ରେ କିଛି ମାତ୍ରାରେ ଆରାମ ମିଳିପାରେ । ଏହାରି ମଧ୍ୟରେ ଖବର ଆସିଛି ଯେ, ଦିଲ୍ଲୀ ବ୍ୟତିତ ହିମାଚଳ ପ୍ରଦେଶ, ହରିୟାଣା, ଝାଡଖଣ୍ଡ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ଲକଡାଉନ ବଢାଇବାରେ ସମର୍ଥନ କରୁଛନ୍ତି । ଲକଡାଉନ ହଟାଇବାରେ କୌଣସି ଜଲଦୀ ନାହିଁ ବୋଲି ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି । ଲକଡାଉନ ଖୋଲିଲେ କରୋନା ଅଧିକ ସାଙ୍ଘାତିକ ହେବ ବୋଲି ଅନ୍ୟ ରାଜ୍ୟମାନେ ମତ ରଖିଛନ୍ତିି ।

ଅନ୍ୟପଟେ ଦିଲ୍ଲୀ ସରକାର କିଛି ରିହାତି ଚାହୁଁଛନ୍ତି । କୁହାଯାଉଛି ଯେ, ଦିଲ୍ଲୀ ସରକାର ଏଥର ସପିଙ୍ଗ ମଲ୍ ଖୋଲିବାକୁ ଯୋଜନା ରଖିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବେ ।

Get real time updates directly on you device, subscribe now.