fbpx
BSKY
BJD MC SKY
BJD MS SKY

୫ଜି ଟେଷ୍ଟିଂ: ଆମେରିକାକୁ ପୁଣି ଉଡ଼ାଣ ଆରମ୍ଭ କଲା ଏୟାର ଇଣ୍ଡିଆ

ଆମେରିକାରେ ୫ ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବା ପରେ ଏହାର ରେଡିଏସନ ଯୋଗୁଁ ଆମେରିକାକୁ ବିମାନ ଉଡ଼ାଣ ବନ୍ଦ ନିଷ୍ପତ୍ତି ନେଇଥିଲା ଏୟାର ଇଣ୍ଡିଆ । ବୁଧବାର ଏୟାର ଇଣ୍ଡିଆ ଭାରତ-ଆମେରିକା ରୁଟରେ ୧୪ ଉଡ଼ାଣ ରଦ୍ଦ କରିଥିଲେ । ନୂଆ ୫ଜି ସେବା ଯୋଗୁଁ ବିମାନର ସିପିଂ ସିଷ୍ଟମକୁ ପ୍ରଭାବିତ କରିବା ନେଇ ଚେତାବନୀ ପରେ ବିମାନ ରଦ୍ଧ କରିବାକୁ ନିଷ୍ପତ୍ତି ହୋଇଥିଲା ।

ତେବେ ଗୁରୁବାର ଏୟାର ଇଣ୍ଡିଆ ଆମେରିକା ପ୍ରଶାସନର ଅନୁମତି ପରେ ପୁଣି ବିମାନ ଉଡ଼ାଣ ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ମୁଖ୍ୟ ଅରୁଣ କୁମାର କହିଥିଲେ ଯେ ଆମେରିକାରେ ୫ ଜି ଇଣ୍ଟରନେଟ ସେବା କାରଣରୁ ଉପୁଜିଥିବା ସ୍ଥିତିରୁ ବର୍ତ୍ତିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ଏବଂ ଆମେରିକା ଏୟାରଲାଇନ୍ସ ସହ ସମନ୍ୱୟ ସହ କାମ କରାଯାଉଛି ।

ଆମେରିକା ଏୟାରଲାଇନ୍ସ ପକ୍ଷରୁ ୧୪ ଜାନୁଆରୀରେ କୁହାଯାଇଥିଲାରେ ବିମାନର ରେଡିଓ ଏଲ୍ଟିମିଟର ଉପରେ ୫ ଜି ପ୍ରଭାବ ଦ୍ୱାରା ଇଞ୍ଜିନ ଏବଂ ବ୍ରେକିଂ ସିଷ୍ଟମ ବନ୍ଦ ହୋଇପାରେ ଯାହାଦ୍ୱାରା ବିମାନକୁ ରନୱେରେ ରୋକିବାରେ ଅସୁବିଧା ହୋଇପାରେ ।

ଆମେରିକାନ ଏୟାରଲାଇନ୍ସ, ଡେଲଟା ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ ବର୍ତ୍ତମାନ ସମୟରେ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ଉଡ଼ାଣ ଜାରି ରଖିଛନ୍ତି ।

Get real time updates directly on you device, subscribe now.