fbpx
BJD SKY
BJD SKY

ଚାଲିଛି ଏୟାର ‘ଶୋ’ ରହିର୍ସାଲ୍: ନିଜର କୌଶଳ ଏବଂ ପରାକ୍ରମ ଦେଖାଉଛନ୍ତି ବାୟୁବୀର

BJD

ଭୁବନେଶ୍ୱର: ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ପକ୍ଷରୁ ଏୟାର ‘ଶୋ’ ପାଇଁ ବାୟୁସେନାର ଚାଲିଛି ଫୁଲ୍ ଡ୍ରେସ ରିହର୍ସାଲ । ୯ଟି ଲଢୁଆ ହକ୍ ବିମାନରେ ଚାଲିଛି ଚିତ୍ତାକର୍ଷକ ‘ଶୋ’ ପ୍ରଦର୍ଶନ । କମ୍ପି ଉଠୁଛି ଆକାଶ ମାର୍ଗ, କୌଶଳ ଦେଖାଉଛନ୍ତି ବାୟୁ ବୀର । ତେବେ ଏହି ‘ଶୋ’ କୁ ଗ୍ରୁପ୍ କ୍ୟାପଟେନ୍ ଜି ଏସ୍ ଝେଲନ୍ ଲିଡ କରୁଥିବା ଜଣା ପଡିଛି ।

ଏୟାର ‘ଶୋ’ ରହିର୍ସାଲ୍ ରେ ବାୟୁବୀରମାନେ ଭୂମୀ ଠାରୁ ପାଖାପାଖି ୫୦୦ ପୁଟ ଉର୍ଦ୍ଧରେ ଏବଂ ଘଣ୍ଟାକୁ ୧୬୦୦ କିମି ବେଗରେ ସେମାନଙ୍କ କୌଶଳ ପଦର୍ଶନ କରୁଛନ୍ତି । ଏଥି ସହିତ ଏହି ‘ଶୋ’ ରେ କର୍ଣ୍ଣାଟକ ଭିଦାରରୁ ଆସିଥିବା ସ୍ୱତନ୍ତ୍ର ଟିମ୍ ମଧ୍ୟ ତାଙ୍କ ଦମ୍ ଦେଖାଉଛନ୍ତି । ସେହିପରି ଆସନ୍ତା କାଲି ଭୁବନେଶ୍ୱରର କୁଆଖାଇ ପଠାରେ ସୂର୍ଯ୍ୟକୁରଣ ‘ଶୋ’ ର ରିହର୍ସାଲ ଚାଲିବ ଏବଂ ଆସନ୍ତା ୧୮ ତାରିଖରେ ପୁରୀରେ ରାଜଭବନ ଉପରେ ନିଜର ପରାକ୍ରମ ଦେଖାଇବେ ବାୟୁବୀର । ତେବେ ଏହି ‘ଶୋ’ ପାଇଁ କର୍ଣ୍ଣାଟକରୁ ୧୧ ଟି ଲଢୁଆ ହକ୍ ବିମାନ ଆସିଛି ।

ତେବେ ଓଡ଼ିଶା ବ୍ୟତୀତ ସେପ୍ଟେମ୍ବର ୨୬ ଏବଂ ୨୭ରେ ଗୌହାଟୀ, ଅକ୍ଟୋବର ୮ ରେ ଚଣ୍ଡିଗଡ଼ ଏବଂ ବରେଲୀରେ ଅକ୍ଟୋବର ୧୪ ଏହାର ‘ଶୋ’ ପ୍ରଦର୍ଶନ କରିବ । ୧୯୯୬ ରେ ଗଠିତ ହୋଇଥିବା “ସୂର୍ଯ୍ୟକିରଣ’ ଏକ ଏରୋବ୍ୟାଟିକ୍ସ ପ୍ରଦର୍ଶନକାରୀ ଦଳ ଏବଂ ଭାରୀତୟ ବାୟୂସେନାର ୫୨ ତମ ସ୍କ୍ୱାର୍ଡନର ଏକ ଅଂଶ । ଏହି ପ୍ରଦର୍ଶନରେ Hawk Mk-132 ବିମାନ ଆକାଶରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥାଏ ।

Get real time updates directly on you device, subscribe now.