fbpx

ୟୁରୋପର ଏହି ସୁନ୍ଦର ଦେଶରେ ଶସ୍ତାରେ ବୁଲିପାରିବେ ଭାରତୀୟ: ଖର୍ଚ୍ଚ କରିବାକୁ ପଡ଼ିବ…

ନୂଆଦିଲ୍ଲୀ: ଅନେକ ଲୋକଙ୍କ ନୂଆ ନୂଆ ସ୍ଥାନ ବୁଲିବାକୁ ବେଶ୍ ଭଲ ଲାଗିଥାଏ । ଦେଶ ହେଉ କିମ୍ବା ପୁଣି ବିଦେଶ ଯିବାର ସୁଯୋଗ କେହି ହୁଏତ ହାତଛଡ଼ା କରିବାକୁ ଚାହିନଥାନ୍ତି । କିନ୍ତୁ ବିଦେଶ ଯାଇ ବୁଲିବା ହୁଏତ ସବୁବେଳେ ସମ୍ଭବ ହୋଇପାରେନାହିଁ କାରଣ ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକ ପଡ଼ିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ କିଛି ଦେଶ ବିଷୟରେ କହିବୁ ଯେଉଁଠାକୁ ଆପଣ ୧ ଲକ୍ଷ ଟଙ୍କା ମଧ୍ୟରେ ବୁଲିପାରିବେ ।

ୟୁରୋପ ଏକ ଏଭଳି ସ୍ଥାନ ଯେଉଁଠାକୁ ସମସ୍ତେ ନିଶ୍ଚୟ ବୁଲିବାକୁ ଚାହିଥାନ୍ତି । କୁହାଯାଏ ଯେ ୟୁରୋପ ଦୁନିଆରେ ସବୁ ଦେଶର ତୁଳନାରେ ବେଶ୍ ଦାମୀ ହୋଇଥାଏ । ୟୁରୋପର ଅନେକ ଦେଶ ଏପରି ରହିଛି, ଯାହା ଖୁବ୍ ସୁନ୍ଦର ଏବଂ ପ୍ରତିଟି ବ୍ୟକ୍ତି ନିଜ ଜୀବନରେ ଥରେ ଏହି ଦେଶ ବୁଲିବାକୁ ଚାହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ୟୁରୋପର ସେହି ଦେଶମାନଙ୍କ ବିଷୟରେ କହିବୁ ଯେଉଁଠାରେ ଆପଣ ୧ ଲକ୍ଷ ଟଙ୍କା ରେ ୪-୫ ଦିନ ଆରାମରେ ବୁଲିପାରିବେ । ଆଜ୍ଞା ହଁ, କେବଳ ଆପଣଙ୍କୁ ଏଥିପାଇଁ ଆଡଭାନ୍ସ ପ୍ଲାନିଂ ଏବଂ ରହିବା ପାଇଁ ସ୍ଥାନ ବାଛିବାକୁ ହେବ । ଯଦି ଆପଣ ବେଷ୍ଟ ଡିଲ୍ ଚାହୁଛନ୍ତି ତେବେ ୬ ମାସ ଆଗରୁ ନିଜର ଫ୍ଲାଇଟ୍ ଟିକେଟ୍, ହୋଟେଲ ଏବଂ ବାକି ଜିନିଷ ବୁକ୍ କରିନିଅନ୍ତୁ । ତେବେ ଆସନ୍ତୁ ଜାଣିବା ୟୁରୋପର ସେହି ଦେଶ ଯେଉଁଠାରେ ଆପଣ ୧ ଲକ୍ଷ ଟଙ୍କାରେ ବୁଲିପାରିବେ ।

ସ୍ଲୋଭାକିଆ- ଏହା ଏକ ବଜେଟ୍ ଲୋକେସନ । ଯେଉଁଠାରେ ଭାରତୀୟ ଲୋକେ ୧ ଲକ୍ଷ ଟଙ୍କାରେ ବୁଲିପାରିବେ । ଏଠାରେ ଆପଣଙ୍କୁ ପୁରୁଣା ସମୟର ମହଲ, ସୁନ୍ଦର ପାହାଡ଼ ଏବଂ ଅନେକ ସୁନ୍ଦର ପର୍ବତମାଳା ଦେଖିବାକୁ ମିଳିବ । ଏଠାରେ ଆପଣଙ୍କୁ ରହିବା ପାଇଁ ୩୫୦୦ ରୁ ୪୫୦୦ ମଧ୍ୟରେ ଭଲ ସ୍ଥାନ ମିଳିଯିବ । ଏଠାରେ ଟ୍ରାନ୍ସପୋର୍ଟେସନ ମଧ୍ୟ ବେଶ୍ ଶସ୍ତା ।

ରୋମାନିଆ- ରୋମାନିଆରେ ଆପଣଙ୍କୁ ପୁରୁଣା ସ୍ତୁପ ଏବଂ ପଥରରେ ନିର୍ମିତ ଚର୍ଚ୍ଚ ଦେଖିବାକୁ ମିଳିବ । ଏହି ଦେଶରେ ଆପଣଙ୍କୁ ଅନେକ ସୁନ୍ଦର ସୁନ୍ଦର ଲ୍ୟାଣ୍ଡସ୍କେପ୍ ଦେଖିବାକୁ ମିଳିବ । ଏଠାକୁ ଯିବାକୁ ହେଲେ ଯଦି ଆପଣ ଆଡଭାନ୍ସ ଫ୍ଲାଇଟ୍ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୫୦ ହଜାର ଟଙ୍କାର ଟିକେଟ୍ ମିଳିଯିବ । ଏହି ଦେଶରେ ରହିବା ଖାଇବା ଏବଂ ବୁଲିବା ମଧ୍ୟ ଶସ୍ତା ।

ପର୍ତ୍ତୁଗାଲ- ୟୁରୋପ ସ୍ଥିତ ପର୍ତ୍ତୁଗାଲ ନିଜ ସୁନ୍ଦରତା ପାଇଁ ଜଣାଯାଏ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଐତିହାସିକ ବାସ୍ତୁକଳା ଆପଣଙ୍କ ଦୃଦୟ ଜିତିନେବ । ଏଠାକୁ ମଧ୍ୟ ଆପଣ ୧ ଲକ୍ଷ ଟଙ୍କାରେ ବୁଲିପାରିବେ । ରହିବା ପାଇଁ ୨ ହଜାର ଟଙ୍କାରେ ହୋଟେଲ ମିଳିଯିବ । ଏଠାରେ ମଧ୍ୟ ଖାଇବା ଏବଂ ବୁଲିବା ଶସ୍ତା ।

ହଙ୍ଗେରୀ: ହଙ୍ଗେରୀକୁ ବାସ୍ତୁକଳାର ଖଜାନା ବୋଲି କୁହାଯାଏ । ଏଠାକୁ ଯିବା ଅନେକ ଲୋକଙ୍କ ସ୍ୱପ୍ନ । ଯଦି ଆପଣ ଏହି ଦେଶକୁ ବୁଲିବାକୁ ଯିବାକୁ ଚାହୁଛନ୍ତି ତେବେ ବଜେଟ୍ ଚିନ୍ତା କରନ୍ତୁନାହିଁ । ଏଠାରେ ଆପଣଙ୍କୁ ୩୦୦୦ ରୁ ୪୦୦୦ ଟଙ୍କାରେ ରହିବା ପାଇଁ ହୋଟେଲ ମିଳିଯିବ ।

ଚେକ୍ ରିପବ୍ଲିକ୍- ପ୍ରାଗ ସେହ ୟୁରୋପୀୟ ସହର ମଧ୍ୟ ଖୁବ୍ ପ୍ରସିଦ୍ଧ । ୟୁରୋପର ଅନେକ ଦେଶର ତୁଳନାରେ ଚେକ୍ ରିପବ୍ଲିକ୍ ରେ ବୁଲିବା କାଫି ଶସ୍ତା ହୋଇଥାଏ । ଏଠାରୋ ରହିବା ପାଇଁ ଆପଣଙ୍କୁ ୨୫୦୦ ରୁ ୨୫୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ପଡ଼ିବ । ଏଠାରେ ଖାଦ୍ୟ ମଧ୍ୟ ଶସ୍ତାରେ ମିଳିଯିବ ।

କ୍ରୋଏଶିଆ: କ୍ରୋଏଶିଆକୁ ମ୍ୟାଜିକାଲ ଲ୍ୟାଣ୍ଡ୍ ନାମରେ ମଧ୍ୟ ଜଣାଯାଏ । ଯେଉଁଠାରେ ବହୁତ ସାରା ବିଚ୍ ରହିଛି, ଯେଉଁଠାରେ ଆପଣଙ୍କୁ ଅନେକ ପ୍ରକାରର ଆକ୍ଟିଭିଟି କରିବାକୁ ସୁଯୋଗ ମିଳିଯିବ । ଏଠାକୁ ଆପଣ ୧ ଲକ୍ଷ ଟଙ୍କାରେ ବୁଲିପାରିବେ । ଏଠାରେ ରହିବା ପାଇଁ ଆପଣଙ୍କୁ ୨ ହଜାର ଟଙ୍କାରୁ ୩୦୦୦ ଟଙ୍କା ମଧ୍ୟରେ ହୋଟେଲ ମିଳିଯିବ । ସେହିପରି ଖାଇବା ଏବଂ ଟ୍ରାନ୍ସପୋର୍ଟେସନ ପାଇଁ ଆପଣଙ୍କୁ ପ୍ରତିଦିନ ୨୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ ।

ବୁଲଗେରିଆ: ବୁଲଗେରିଆର ଲୋକମାନେ ଏଠାକାର ବିଚିତ୍ର ଗାଁ, ପାହାଡ଼ ଏବଂ ସୁନ୍ଦର ବିଚ୍ କୁ ଦେଖିବାକୁ ଆସିଥାନ୍ତି । ଏହି ଦେଶରେ ଆପଣ କେବଳ ୧ ଲକ୍ଷ ଟଙ୍କାରେ ଆରାମରେ ବୁଲିପାରିବେ । ଏଠାରେ ୧୫୦୦ ରୁ ୨୫୦୦ ମଧ୍ୟରେ ଆପଣଙ୍କୁ ଭଲ ସ୍ଥାନ ମିଳିଯିବ ।

 

Get real time updates directly on you device, subscribe now.