fbpx
BSKY SKY
BSKY SKY

ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ୧୩ ରୁ ୧୬ ପ୍ରତିଶତ ବଢିଲା ଯାତ୍ରୀ ଭଡା

BSKY

ନୂଆଦିଲ୍ଲୀ : ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା । କେନ୍ଦ୍ର ସରକାର ଘରୋଇ ବିମାନ ଭଡାର ସର୍ବନିମ୍ନ ସୀମାକୁ ୧୩ ରୁ ୧୬ ପ୍ରତିଶତ ବଢାଇବାକୁ ମଞ୍ଜୁରୀ ଦେଇଛନ୍ତି । ଏହା ଜୁନ ୧ରୁ ଲାଗୁ ହେବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଆଦେଶରେ କହିଛି ଯେ, ଉପର ସ୍ତରରେ ବିମାନ ଭଡାରେ କୌଣସି ବୃଦ୍ଧି କରାଯାଇ ନାହିଁ । ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଜୁନ ୩୦ ପର୍ଯ୍ୟନ୍ତ କଟକଣା ଲାଗିଛି ।

କରୋନା ମହାମାରୀ କାରଣରୁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ଅହେତୁକ ହ୍ରାସ ଘଟିଛି । ସରକାରଙ୍କ ମତରେ କରୋନା ଭାଇସର ଦ୍ୱିତୀୟ ଲହରରେ ପ୍ରଭାବିତ ଏୟାରଲାଇନ କମ୍ପାନୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଯାତ୍ରୀ ଭଡା ବୃଦ୍ଧି କରାଯାଇଛି ।

 

୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ଯାତ୍ରା ଏବେ ୨୬୦୦ ଟଙ୍କା

ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ ବିବୃତିରେ କୁହାଯାଇଛି ଯେ, ୪୦ ମିନିଟ୍ ପର୍ଯ୍ୟନ୍ତ ବିମାନ ଯାତ୍ରାର ଭଡା ୨୩୦୦ ଟଙ୍କାରୁ ୨୬୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିରେ ୧୩ ପ୍ରତିଶତ ବିମାନ ଭଡା ବଢାଯାଇଛି । ସେହିପରି ୪୦ ମିନିଟରୁ ୬୦ ପର୍ଯ୍ୟନ୍ତ ଯାତ୍ରା ପାଇଁ ସର୍ବନିମ୍ନ ଭଡା ୨୯୦୦ରୁ ୩୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଉପର ସ୍ତର ଅର୍ଥାତ ଅଧିକ ସମୟ କିମ୍ବା ଲମ୍ବା ଟୁର ବିମାନ ଯାତ୍ରା ଉପରେ ଭଡା ବୃଦ୍ଧି କରାଯାଇ ନାହିଁ ।

Get real time updates directly on you device, subscribe now.