fbpx

ୟୁଏଇକୁ ସ୍ଥାନାନ୍ତର ହେବ ଆଇପିଏଲ୍-୨୦୨୧: ଆସନ୍ତା ସେପ୍ଟେମ୍ବରରୁ ଆରମ୍ଭ ହେବ ଅବଶିଷ୍ଟ ମ୍ୟାଚ୍, ସୂଚନା ଦେଲା ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ କରାଯିବ । ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି । ବିସିସିଆଇର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଏହାଛଡ଼ା ଟି-୨୦ ବିଶ୍ୱକପର ଆୟୋଜନ ନେଇ ଆଲୋଚନା ହୋଇଥିବା କୁହାଯାଇଛି । ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମେ ମାସ ଆରମ୍ଭରୁ ଏହି ଟି-୨୦ ଲିଗକୁ ସ୍ଥଗିତ ରଖାଯାଇଥିଲା । ଆଇପିଏଲର ଅବଶିଷ୍ଟ ମ୍ୟାଚଗୁଡ଼ିକ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଆୟୋଜନ କରାଯିବାର ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ଆଇପିଏଲ ଓ ଟି-୨୦ ବିଶ୍ୱକପ ପରି ବ୍ୟସ୍ତ କାର୍ଯ୍ୟସୂଚୀ ହେତୁ ବିସିସିଆଇ ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ବାତିଲ କରିଥିଲା । କାରଣ ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ ଅନୁଷ୍ଠିତ ହେବାର ଥିଲା । ଆଇପିଏଲର ଦ୍ୱିତୀୟ ଭାଗ ସମାପ୍ତ ହେବାର ୭ରୁ ୧୦ ଦିନ ମଧ୍ୟରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । ତେଣୁ ଏହି ସମୟରେ ଅନ୍ୟ କୌଣସି କାର୍ଯ୍ୟସୂଚୀ ସମ୍ଭବ ନୁହେଁ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.