fbpx
BJD SKY
BJD SKY

ମଧ୍ୟପ୍ରଦେଶ ମୋରେନାରେ ବଡ଼ ଦୁର୍ଘଟଣା: ଏୟାରଫୋର୍ସର ସୁଖୋଇ ୩୦ ଓ ମିରାଜ ୨୦୦୦ ଫାଇଟର୍ ଜେଟ୍ କ୍ରାସ୍

BJD

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନାରେ ଶନିବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ଏୟାରଫୋର୍ସର ୨ଟି ଲଢ଼ୁଆ ବିମାନ ସୁଖୋଇ ୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସୂଚନା ଅନୁସାରେ, ୨ଟି ଯାକ ବିମାନ ମଧ୍ୟପ୍ରଦେଶର ଗ୍ୱାଲିଅର ଏୟାରବେସରୁ ଉଡାଣ ଭରିଥିଲେ, ଯେଉଁଠାରେ ଅଭ୍ୟାସ ଚାଲିଥିଲା ।

ମୋରେନାର ଏସପି ଆଶୁତୋଷ ବାଗରୀ ସୂଚନା ଦେଇ କହିଛନ୍ତି ଯେ, ଜେଟ୍ ବିମାନ ସକାଳ ସାଢ଼େ ୫ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କିନ୍ତୁ ଭାଗ୍ୟବଶତଃ ୨ ପାଇଲଟ୍ ସୁରକ୍ଷିତ ଭାବେ ସେଥରୁ ବାହାରି ଆସିଥିଲେ ।

ତେବେ ଏହାର କିଛି ସମୟ ପୂର୍ବରୁ ୟୁପିର ଆଗ୍ରାରୁ ଉଡାଣ ଭରିଥିବା ଏକ ହେଲିକପ୍ଟର ରାଜସ୍ଥାନର ଭରତପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । କିନ୍ତୁ ଭାଗ୍ୟବଶତଃ ଏହି ଦୁର୍ଘଟଣାଟି ଆବାସିକ ଅଞ୍ଚଳରେ ହୋଇନାହିଁ । କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର ଆଗ୍ରାରୁ ଉଡାଣ ଭରିଥିବା ବେଳେ ଭରତପୁର ଜିଲ୍ଲାର ଉଚ୍ଛୈନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Get real time updates directly on you device, subscribe now.