fbpx

ରାଜସ୍ଥାନର ଭରତପୁରରେ ଆର୍ମି ହେଲିକପ୍ଟର କ୍ରାସ୍, ଦେଖନ୍ତୁ Video

ଭରତପୁର: ରାଜସ୍ଥାନର ଭରତପୁରରେ ଆର୍ମି ହେଲିକପ୍ଟର କ୍ରାସ ହୋଇଥିବା ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି କି, ଟେକନିକ୍ ଖରାପ ହେବା କାରଣରୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକପ୍ଟରଟି ୟୁପିର ଆଗ୍ରାରୁ ଉଡାଣ ଭରିଥିବା ବେଳେ ଭରତପୁର ଜିଲ୍ଲାର ଉଚ୍ଛୈନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଅନ୍ୟପଟେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ଆଖପାଖର ଲୋକମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିନ୍ତୁ ଭାଗ୍ୟବଶତଃ ଏହି ଦୁର୍ଘଟଣାଟି ଆବାସିକ ଅଞ୍ଚଳରେ ହୋଇନାହିଁ । କଲେକ୍ଟର ରଞ୍ଜନଙ୍କ କହିବା ମୁତାବକ, ଭରତପୁରରେ ଏକ ଚାର୍ଟଡ ବିମାନ କ୍ରାସ ହୋଇଛି । କ୍ରାସର କାରଣ ଓ ମୃତାହତ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.