fbpx
BSKY
BJD SHG SKY
BJD YOUTH SKY

ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇଥିବାରୁ ଓଡିଶାକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ଓଡିଶାରୁ ଦିଲ୍ଲୀକୁ ଗଲା ଅକ୍ସିଜେନ୍ । ସାମ୍ବାଦିକ ସମ୍ମିଳନୀରେ ଓଡିଶାକୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ବପିପଦ ସମୟରେ ସାହାଯ୍ୟର ହାତ ବଢାଇ ଥିବାରୁ ଓଡିଶାକୁ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟ ମାନେ ମଧ୍ୟ ଦିଲ୍ଲୀକୁ ସାହଯ୍ୟ କରିବା ନେଇ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ସେପଟେ କେଜ୍ରିୱାଲଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସ୍ଥିତି ସମ୍ପର୍କରେ ଫୋନରେ ଆଲୋଚନା କରିଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ଅକ୍ସିଜେନ୍ ପାଇଁ ଦିଲ୍ଲୀକୁ ସମ୍ପୂର୍ଣ୍ଣ ସହଯୋଗ କରିବ ଓଡିଶା । ଏଥିପାଇଁ ଜଣେ ଅଫିସରଙ୍କୁ ଦାୟୀତ୍ୱ ଦେଇଛନ୍ତି ନବୀନ ପଟ୍ଟନାୟକ । ଏହାସହ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇଲେ କେଜ୍ରିିୱାଲ । ଓଡିଶାରୁ ବିମାନ ଯୋଗେ ଦିଲ୍ଳୀକୁ ପଠାଯିବ ଅକ୍ସିଜେନ୍ ।

ଅନ୍ୟପଟେ ଦିଲ୍ଲୀରେ କରୋନାର ସଂକ୍ରମଣ ଦିନକୁ ଦିନ ଭୟାବହ ହେଉଥିବାବେଳେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢିଚାଲିଛି । ରୋଗୀଙ୍କୁ ଆକ୍ସିଜେନର ଆବଶ୍ୟକତା ପଡୁଛି । ଏନେଇ କେନ୍ଦ୍ର ସରକାରଙ୍କ ସମେତ ବିଭିନ୍ନ ରାଜ୍ୟ ସରକାର ଏହି ସଂକଟ ସମୟରେ ଦିଲ୍ଲୀ ସରକାରଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି ।

Get real time updates directly on you device, subscribe now.