fbpx

ଭାରତରେ ଇଲେକ୍ଟ୍ରିକ ଗାଡି ନିର୍ମାଣ ପାଇଁ ତାଇୱାନର ଗୋଗୋରୋ କଂପାନୀ ସହ ହାତ ମିଳାଇଲା ହିରୋ

ଭାରତରେ ଇଲେକ୍ଟ୍ରିକ ବାହନ ନିର୍ମାଣ ପାଇଁ ତାଇୱାନ ଗୋଗୋରୋ କଂପାନୀ ସହ ଚୁକ୍ତି ସ୍ୱାକ୍ଷର କରିଛି ହିରୋ । ଚୁକ୍ତି ଅନୁଯାୟୀ ଏହି ଦୁଇ କଂପାନୀ ମିଳିତ ଭାବରେ ଭାରତରେ ଗୋଗୋରୋର ବ୍ୟାଟେରୀ ସ୍ୱାପିଙ୍ଗ ବା ଚାର୍ଜିଂ ପ୍ଲାଟଫର୍ମକୁ ଭାରତ ଆଣିବା ପାଇଁ ପ୍ରୟାସ କରିବା ସହ ହିରୋ ଗୋଗୋରୋ ସହଯୋଗରେ ଇଲେକ୍ଟ୍ରିକ୍ ବାହନକୁ ବଜାରରେ ଉପଲବ୍ଧ କରାଇବ ।
ଏହି ସହଭାଗିତା ଯୋଗୁଁ ହିରୋ ମୋଟୋକର୍ପ ସିଧାସଳଖ ଭାବେ ପ୍ରଥମଥର ପାଇଁ ଇଲେକ୍ଟ୍ରିକ ବାହନ ସେଗମେଣ୍ଟରେ ଆସିବାକୁ ଯାଉଛି । ପୂର୍ବରୁ ଏହି ସେଗମେଣ୍ଟରେ ଅନ୍ୟ ଏକ ହିରୋ ଗ୍ରୁପ କମ୍ପାନୀ ହିରୋ ଇଲେକ୍ଟ୍ରିକ ଏବଂ ହିରୋ ମୋଟୋକର୍ପ ସମର୍ଥିତ ଷ୍ଟାର୍ଟ ଅପ ଆଥର ଏନର୍ଜି ରହିଛନ୍ତି । ହିରୋର ମୁଖ୍ୟ ପ୍ରତିଦ୍ୱନ୍ଦୀ ବଜାଜ, ଟିଭିଏସ ମୋଟର କମ୍ପାନୀ ଏହି ଦ୍ରୁତ ଗତିରେ ବଢୁଥିବା ସେଗମେଣ୍ଟରେ ଭାଗୀଦାର ଅଛନ୍ତି ।
୨୦୨୧ ଆର୍ଥିକ ବର୍ଷରେ ଭାରତରେ ଇଲେକ୍ଟ୍ରିକ୍ ଟୁୂହ୍ୱିଲର ବାହନର ବିକ୍ରି ୧.୬ ଗୁଣା ବଡିଛି । ୨୦୨୦ ୨୪,୮୩୯ ୟୁନିଟ ବିକ୍ରି ହୋଇଥିବା ବେଳେ ୨୦୨୧ ବର୍ଷରେ ୪୦୮୩୭ ୟୁନିଟ ବିକ୍ରି ହୋଇଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ୨୦୩୦ ସୁଦ୍ଧା ଭାରତରେ ପ୍ରାୟ ୨୫ ରୁ ୩୦ ପ୍ରତିଶତ ଇଲେକ୍ଟ୍ରକ ଟୁହ୍ୱିଲର ବିକ୍ରି ହୋଇସାରିଥିବ ।
ହିରୋ ମୋଟୋକର୍ପର ସିଇଓ କହିଛନ୍ତି “ଆଜି ଆମେ ଆମ ଯାତ୍ରାରେ ଏକ ପ୍ରମୁଖ ମାଇଲଖୁଣ୍ଟରେ ପହଞ୍ଚିଛୁ , ହିରୋ ଟୁ ହ୍ୱିଲର ସେଗମେଣ୍ଟରେ ଅଗ୍ରଣୀ ହୋଇପାରିଛି । ଗୋଗୋରୋ ମଧ୍ୟ ଚାର୍ଜିଂଙ୍ଗ ବିଜନେସରେ ଅଗ୍ରଣୀ ରହିଛି । ଏହା ପୂର୍ବରୁ ସେ ତାଇୱାନ ଏବଂ ଅନ୍ୟ ଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।”
୨୦୧୧ ରେ ଆରମ୍ଭ ହୋଇଥିବା ଗୋଗୋରୋ କମ୍ପାନୀ ବ୍ୟାଟେରୀ ଚାର୍ଜିଂ ଏବଂ ଇଲେକ୍ଟ୍ରିକ ବାହନ ନିର୍ମାଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏବଂ ଏହା ୟାମାହା ସହିତ ମିଶି ଇଲେକ୍ଟିକ ବାହନ ତିଆରି କରିବାରେ ସହଭାଗିତା ରହିଆସିଛି । ତାଇୱାନରେ ଗୋଗୋରୋ ର ୩୭୫୦୦୦ ଚାଳକ ଏବଂ ୨୦୦୦ ଚାର୍ଜିଂ ଷ୍ଟେସନ ରହିଛି । ଯେଉଁଥିରେ ପ୍ରାୟ ୨୬୫,୦୦୦ ଚାର୍ଜ ପ୍ରତିଦିନ ହୋଇଥାଏ ।
ଗୋଗୋରୋର ସିଇଓ ହୋରେସ ଲୁକ କହିଛନ୍ତି, “ଭାରତରେ ୨୨୫ ନିୟୁତ ରୁ ଅଧିକ ଗ୍ୟାସ ଚାଳିତ ଦୁଇ ଚକିଆ ଯାନ ସହିତ ସ୍ମାର୍ଟ ଏବଂ ଇଲେକ୍ଟ୍ରିକ ଟୁ ହ୍ୱିଲରର ପରିବହନରର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.