fbpx

ପୁରୀରେ ଏୟାରପୋର୍ଟକୁ ନେଇ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱ ପ୍ରସିଦ୍ଧ ସହର ପୁରୀରେ ପ୍ରସ୍ତାବିତ ଏୟାରପୋର୍ଟ ନିର୍ମାଣକୁ ନେଇ ଆରମ୍ଭ ହୋଇଯାଇଛି ସର୍ଭେ । ପର୍ଯ୍ୟଟକଙ୍କ ଆଗମନକୁ ଆହୁରି ସୁଗମ କରିବାକୁ ଏହି ସୁବିଧା କରାଯିବାକୁ ନେଇ ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ଆଜି ଏହି ପରିପ୍ରେକ୍ଷୀରେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସର୍ଭେ କରାଯାଉଥିବା ବେଳେ ଏହି ସର୍ଭେରେ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ସମତେ ପ୍ରମୁଖ ଅଧିକାରୀ ମାନେ ସାମିଲ୍ ରହିଛନ୍ତି । ମେରାଇନ୍ ଡୟାଇଭ୍ ରୋଡ୍ ଓ ଗିରଳ ସିପସରୁବାଲିରେ ଏନେଇ ସର୍ଭେ ହୋଇଛି । ତେବେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ତରଫରୁ ଏକ ଟିମ୍ ପହଞ୍ଚି ସର୍ଭେ କରୁଛନ୍ତି । ବିଶେଷ ଦୁଇଟି ଜାଗା ଉପରେ ଫୋକସ୍ କରାଯାଇଥିବା ବେଳେ ସେଗୁଡିକ ମଧ୍ୟରେ ରହିଛି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ । କାରଣ ଏଠାରେ ଅନେକ ବର୍ଷ ତଳେ ଏକ ଏୟାର ଷ୍ଟ୍ରିପ୍ ରହିଥିବା ଜଣାପଡିଛି । ଏଥିସହିତ ଅନ୍ୟଟି ହେଲା ପୁରୀ ବ୍ରହ୍ମଗିରି ରାସ୍ତାରେ ରହିଥିବା ଗିରଳ ସିପସରୁବାଲି ଠାରେ ମଧ୍ୟ ଅନୁଧ୍ୟାନ କରଯାଉଛି ।

Get real time updates directly on you device, subscribe now.