fbpx

ଡିଏଲ୍, ଗାଡ଼ି ରେଜିଷ୍ଟ୍ରେସନ୍ ପାଇଁ ମିଳିଲା ଅତିରିକ୍ତ ସମୟ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ସବୁ ଗୁରୁତ୍ୱପୂର୍ଣ୍ଣ ଓ ଜରୁରି କାର୍ଯ୍ୟ ପ୍ରଭାବିତ ହୋଇଛି । ସାଧାରଣ ଜନତାଙ୍କୁ ମିଳିପାରିନି ସେବା ଓ ସୁବିଧା । ଏହକୁ ବିଚାର କରି କେନ୍ଦ୍ର ସରକାର ନେଇଛନ୍ତି ଏକ ମହତ ନିଷ୍ପତ୍ତି । ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ୍ ଆଦି ଆରଟିଓ ସମ୍ପର୍କିତ କାର୍ଯ୍ୟ ପାଇଁ ସମୟ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ମର୍ମରେ ଦିଆଯାଇଛି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ।

ସୂଚନା ଅନୁସାରେ ଗାଡ଼ିର ଫିଟନେସ୍, ସମସ୍ତ ପ୍ରକାର ପରମିଟ୍, ରେଜିଷ୍ଟ୍ରେସନ୍, ଲର୍ଣ୍ଣର୍ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ମିଳିଛି ଅଧିକ ସମୟ । ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବକେୟା ରହିଥିବା କାର୍ଯ୍ୟ ସବୁ ହୋଇପାରିବ । ଏଥିସହ ନୂଆରେ ମଧ୍ୟ କୌଣସି ପ୍ରମାଣପତ୍ର ପାଇଁ ଆବେଦନ କରାଯାଇପାରିବ । କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । ତେବେ ଇନ୍ସୁରାନ୍ସ, ପଲ୍ୟୁସନ୍ ଓ ଟେମ୍ପରାରି ପରମିଟ୍ ପାଇଁ କୌଣସି ଅତିରିକ୍ତ ସମୟ ଦିଆଯାଇନି ।

Get real time updates directly on you device, subscribe now.