fbpx

ପାରଦୀପ: ମାଛଧରା ପାଇଁ ମିଳିଲା ସୁଯୋଗ ବଢ଼ିଲା ଆଗ୍ରହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁଇମାସର ବ୍ୟବଧାନ ପରେ ଆସନ୍ତା ୧୫ ତାରିଖ ଠାରୁ ପାରାଦୀପ ସମୁଦ୍ରରେ ମାଛ ମାରିବା କଟକଣା ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଏହି ପ୍ରତ୍ୟାହୃତ ସତ୍ତେ୍ୱ କାଁ ଭାଁ ଟ୍ରଲର ମାଛ ଧରିବାକୁ ଯିବାପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଜ୍ଝ ସମୁଦ୍ରକୁ ଯିବାପାଇଁ ତେଲ, ବରଫ, ଜାଲ, ଖାଦ୍ୟ ପଦାର୍ଥ ଏସହ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହରେ ଲାଗି ପଡିଛନ୍ତି ମାଲିକ ଓ ଷ୍ଟାଫ୍ ।

ହେଲେ ଆଗଭଳି ସେମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁନାହିଁ । ଅହେତୁକ ତୈଳଦର ବୃଦ୍ଧି ସାଙ୍ଗକୁ ବରଫ ଦର ମଧ୍ୟ ବୃଦ୍ଧି ପାଇଛି । ତା ସହିତ କରୋନା ମାଡରେ ମତ୍ସଜୀବିଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗାଡି ମଟର ଚାଲୁ ନଥିବାରୁ ଛୁଟିରେ ଘରକୁ ଯାଇଥିବା ଷ୍ଟାଫ୍ ଏଯାଏ ଫେରି ନାହାଁନ୍ତି । ଅନ୍ୟପଟେ ମାଛ କିଣିବାକୁ ବ୍ୟବସାୟୀ ଆସୁନଥିବାରୁ ସମୁଦ୍ରରୁ ମାଛ ମାରି ଆଣିଲା ପରେ ମାଛ ବିକ୍ରିକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ବୋଲି ବୋଟ୍ ମାଲିକ । ତେଣୁ ଆଗକୁ ଏହି ଟ୍ରେଡ୍ ର ଭବିଷ୍ୟତ କଣ ହେବ ତାହା ସମୟ କହିବ ।ସେପଟେ ପୁଣି ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଭଲ ପାଗକୁ ଅପେକ୍ଷା କରିଛନ୍ତି ମତ୍ସ୍ୟଜୀବି । ତେବେ ପାରାଦୀପରେ ଛୋଟବଡ ହୋଇ ପ୍ରାୟ ୬୫୦ଟି ଟ୍ରଲର ରହିଥିବାବେଳେ ପ୍ରଥମ ଫେଜ୍ରେ ମାତ୍ର ୪୦ ରୁ ୫୦ଟି ଟ୍ରଲର ମାଛ ମାରିବାକୁ ଯାଇଥିବାର ଖବର ମିଳିଛି ।

Get real time updates directly on you device, subscribe now.