fbpx

Airtel Userଙ୍କୁ ସନ୍ଧ୍ୟାରେ ମିଳିବ ଉପହାର: 5Gକୁ ନେଇ ହୋଇପାରେ ବଡ ଘୋଷଣା

ନୂଆଦିଲ୍ଲୀ: ଗତ କିଛି ଦିନରୁ ୫ଜି ସର୍ଭିସକୁ ନେଇ ଜୋରଦାର ଚର୍ଚ୍ଚା ଏବଂ ଆଲୋଚନା ଲାଗି ରହିଛି । ନିକଟରେ ଜିଓ ୪ଟି ସହରରେ ଏହି ସେବା ଯୋଗାଇ ଦେଇଛି । କିଛି ହାତଗଣତି ୟୁଜର୍ସମାନଙ୍କୁ ଅନଲିମିଟେଡ ୫ଜି ଡାଟା ଦେଇଛି କମ୍ପାନୀ । ଅର୍ଥାତ ୟୁଜର୍ସମାନଙ୍କ କୌଣସି ପ୍ଲାନର ଆବଶ୍ୟକତା ପଡିବ ନାହିଁ । ତେଣୁ ଏବେ ଏୟାରଟେଲ ମଧ୍ୟ ନିଜର ୫ଜି ପ୍ଲାନ ଘୋଷଣା କରିପାରେ ।

ଚଳିତ ମାସ ଆରମ୍ଭରୁ କମ୍ପାନୀ ୮ଟି ସହରରେ ଏୟାରଟେଲ ୫ଜି ଲଞ୍ଚ କରିଛି । ଏବେ କମ୍ପାନୀ ଏହାର ପ୍ଲାନ ଘୋଷଣା କରିବା ନେଇ ଅନୁମାନ କରାଯାଉଛି । ଏ ନେଇ ଏୟାରଟେଲ ତରଫରୁ ଏକ ଟ୍ୱିଟ ଯୋଗେ ସଂକେତ ଦେଇଛି । ଏହି ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରିବା ସହ ଏୟାରଟେଲ ଲେଖିଛି ଯେ, ଆମେ ଶାନ୍ତ ରହିପାରିବୁ ନାହିଁ । ଭିଡିଓରେ ୫ଜି ଲେକା ହୋଇଥିବା ଦେଖାଯାଇଛି । କିନ୍ତୁ ସ୍ପଷ୍ଟ ଦେଖାଯାଉନଥିଲେ ବି ୫ଜି ସର୍ଭିସକୁ ନେଇ କିଛି ସଂକେତ ବୋଲି ବୁଝା ପଡୁଛି । ଏହପରେ ଶେଷରେ ଭିଡିଓ ଶେଷ ହେବା ପରେ ଗୋଟିଏ ତାରିଖ ନଜର ଆସୁଛି ।

ଏଥିରେ ୬ ଅକ୍ଟୋବର ୨୦୨୨ ତାରିଖକୁ ମେନସନ କରାଯାଇଛି । ଅନ୍ୟ ଏକ ଟ୍ୱିଟରେ ୟୁଜର୍ସମାନଙ୍କୁ ଏକ ବଡ ଘୋଷଣା ପାଇଁ ପ୍ରସ୍ତୁତ ରହିବାକୁ କହିଛି ଏୟାରଟେଲ କମ୍ପାନୀ । ତେବେ ଏଥିରେ ସେୟାର କରାଯାଇଥିବା ଏକ ପୋଷ୍ଟରରେ ଅକ୍ଟୋବର ୬ ତାରିଖ ସହ ସନ୍ଧ୍ୟା ଋଟା ସମୟକୁ ମେନସନ କରାଯାଇଛି । ତେବେ କମ୍ପାନୀ ଆଜି ସନ୍ଧ୍ୟା ୬ଟା ସମୟରେ ନିଜ ୫ଜି ପ୍ଲାନକୁ ନେଇ ଏକ ବଡ ଘୋଷଣା କରିବ ବୋଲି ଅପେକ୍ଷା କରି ରହିଛନ୍ତି ଲକ୍ଷ ଲକ୍ଷ ୟୁଜର୍ସ । ଏହାବ୍ୟତୀତ କିଛି ଅନ୍ୟ ସହରରେ ୫ଜି ସେବା ଯୋଗାଇ ଦେବା ନେଇ ମଧ୍ୟ କମ୍ପାନୀ ଘୋଷଣା କରିପାରେ । ତେବେ ଏୟାରଟେଲର ଏହି ବଡ ଘୋଷଣାକୁ ଖୁବ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ୟୁଜର୍ସ ।

Get real time updates directly on you device, subscribe now.