fbpx

AIG ଠକିନେଲେ ୧ କୋଟି: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା, ହାତକଡ଼ି ପକାଇ ବାନ୍ଧିନେଲା ଭିଜିଲାନ୍ସ

ନୂଆଦିଲ୍ଲୀ: ଆଜିକାଲି ଅପରାଧର କରାଳ ଛାୟା ପ୍ରତ୍ୟେକ ବିଭାଗକୁ ଗ୍ରାସ କରିସାରିଲାଣି । ଏପରିକି ଅପରାଧୀଙ୍କୁ ଧରୁଥିବା ପୋଲିସ ବାବୁମାନେ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି । ତେବେ ନିକଟରେ ଦୁଷ୍କର୍ମ, ବେଆଇନ ଅର୍ଥ ଆଦାୟ ମାମଲାରେ ଜଣେ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ (ଏଆଇଜି) ଗିରଫ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ଏଆଇଜି ଆଶିଷ କପୁରଙ୍କୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ଆଶିଷ ୨୦୧୬ରେ ପଞ୍ଜାବର ସେଣ୍ଟ୍ରାଲ ଜେଲରେ ଜେଲ ଅଧିକ୍ଷକ ଦାୟିତ୍ୱରେ ରହିଥିଲେ । ସେ ସମୟରେ ତାଙ୍କର ସମ୍ପର୍କ କୁରୁକ୍ଷେତ୍ର ନିବାସୀ ପୁନମ ରାଜନଙ୍କ ସହିତ ହୋଇଥିଲା । ପୁନମ କୌଣସି କାରଣକୁ ନେଇ ଜେଲରେ ଦଣ୍ଡ ଭୋଗୁଥିଲେ । ପୁନମଙ୍କ ବ୍ୟତୀତ ତାଙ୍କର ମାଆ ପ୍ରେମଲତା, ଭାଇ କୁଲଦୀପ ସିଂହ ଓ ଭାଉଜ ପ୍ରୀତି ମଧ୍ୟ ନ୍ୟାୟିକ ହେପାଜତରେ ରହିଥିଲେ । ସମସ୍ତଙ୍କ ନାମରେ ଜୀରକପୁର ଥାନାରେ ମାମଲା ଦାୟର ହୋଇଥିଲା ।

ତେବେ କୋର୍ଟରୁ ଜାମିନ କରାଇଦେବା ନେଇ ଆଶିଷ ପ୍ରେମଲତାଙ୍କ ପଛରେ ପଡ଼ିଥିବା ଅଭିଯୋଗ ହୋଇଥିଲା । ଥାନାଧିକାରୀ ଓ ଏଏସଆଇଙ୍କ ସହ ସଲାସୁତୁରା କରି ଆଶିଷ ପ୍ରୀତିଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିଥିବା କୁହାଯାଉଛି । ଏହି ସମୟରେ ଆଶିଷ ପ୍ରେମଲତାଙ୍କ ବିଭିନ୍ନ ଚେକରେ ହସ୍ତାକ୍ଷର କରିନେଇଥିଲେ । ପରେ ଆଶିଷ ନିଜର ପରିଚିତଙ୍କ ଆକାଉଣ୍ଟକୁ ୧ କୋଟି ଟଙ୍କା ବେଆଇନ ଭାବେ ଟ୍ରାନ୍ସଫର କରିନେଇଥିଲେ । ଏନେଇ ଆଶିଷ ଓ ଅନ୍ୟ ପୋଲିସ ଅଧିକାରୀଙ୍କ ନାମରେ ଭ୍ରଷ୍ଟାଚାର ନିବାରଣ କାନୁନ ସହିତ ଆଇପିସିର ଅନ୍ୟ ଧାରାରେ ଦୁଷ୍କର୍ମ ଓ ନିର୍ଯାତନା ମାମଲା ଦାୟର ହୋଇଥିଲା । ଭିଜିଲାନ୍ସ ଟିମ୍ ଆଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗିରଫ କରିଥିଲା ।

Get real time updates directly on you device, subscribe now.