fbpx

ପୋଷ୍ଟ ଅଫିସର ବଢ଼ିଆ ସ୍କିମ୍: ପ୍ରତିଦିନ ୫୦ ଟଙ୍କା ନିବେଶରେ ମିଳିବ ୩୫ ଲକ୍ଷ, ଜାଣନ୍ତୁ କ’ଣ ଏହି ଯୋଜନା..

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ନିବେଶ ପାଇଁ ଅନେକ ସ୍କିମ୍ ରହିଛି । ଏହି ଯୋଜନାରେ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିଥାଏ ।  ଏହା ସହ ଆପଣଙ୍କ ଟଙ୍କା ମଧ୍ୟ ସୁରକ୍ଷିତ ରହିଥାଏ । ପୋଷ୍ଟ ଅଫିସ ସ୍ମଲ ସେଭିଙ୍ଗସ ସ୍କିମରେ ଆପଣଙ୍କୁ ନିବେଶରେ ରିଟର୍ଣ୍ଣ ମିଳିବାର ଗ୍ୟାରେଣ୍ଟି ଥାଏ । ପୋଷ୍ଟ ଅଫିସ୍ ର ଏଭଳି ଏକ ସ୍କିମ୍ ହେଉଛି ଗ୍ରାମ ସୁରକ୍ଷା ସ୍କିମ୍ ଅଟେ । ଏଥିରେ ନିବେଶକ ଅଳ୍ପ ଅର୍ଥ ଲଗାଇ ବଡ଼ ଫାଇଦା କମାଇପାରିବେ । ପୋଷ୍ଟ ଅଫିସ୍ ର ଗ୍ରାମ ସୁରକ୍ଷା ସ୍କିମରେ କମ୍ ରିସ୍କରେ ଭଲ ରିଟର୍ଣ୍ଣ ବେନିଫିଟ୍ ମିଳିଥାଏ । ସ୍କିମରେ ନିବେଶକଙ୍କୁ ପ୍ରତିମାସରେ ୧୫୦୦ ଟଙ୍କା ଜମାକରିବାକୁ ପଡ଼ିଥାଏ ଏବଂ ଏହା ମ୍ୟାଚ୍ୟୁରିଟିରେ ୩୧-୩୫ ଲକ୍ଷ ଟଙ୍କା ମିଳିବ ।

ଯୋଗ୍ୟତା: ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ସ୍କିମରେ ୧୯ ରୁ ୫୫ ବର୍ଷର କେହିବି ଭାରତୀୟ ନାଗରିକ ନିବେଶ କରିପାରିବେ । ଏହା ବ୍ୟତୀତ ଏହି ଯୋଜନା ଅନୂଯାୟୀ ସର୍ବନିମ୍ନ ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ କୌଣସି ପ୍ଲାନ ନେଇପାରିବେ । ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ସ୍କିମର ପ୍ରିମିୟମର ପ୍ରମିୟମ ମାସିକ, ତ୍ରୈମାସିକ, ଅର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ଆଧାରରେ ଦେଇପାରିବେ । ନିବେଶକ ପୋଷ୍ଟ ଅଫିସ ଗ୍ରାମ ସୁରକ୍ଷା ସ୍କିମରେ ଲୋନ ବି ନେଇପାରିବେ । ଏହା ସହ ଆପଣ ସ୍କିମ ଅନୂଯାୟୀ, ତିନି ବର୍ଷ ମଧ୍ୟରେ ପଲିସିକୁ ସରେଣ୍ଡର କରିପାରିବେ ।

ତେବେ ମନେକରାଯାଉ ଯଦି କେହି ନିବେଶକ ୧୯ ବର୍ଷ ବୟସରେ ନିବେଶ କରୁଛନ୍ତି ଏବଂ ସେ ୧୦ ଲକ୍ଷ ଟଙ୍କାର ପ୍ଲାନ ନେଉଛନ୍ତି । ତେବେ ନିବେଶକଙ୍କୁ  ୫୫ ବର୍ଷ ବୟସରେ ପ୍ରାୟ ୩୧.୬୦ ଲକ୍ଷ ଟଙ୍କା ହାସଲ କରିବା ପାଇଁ ପ୍ରତିମାସରେ ୧୫୧୫ ଟଙ୍କା ପ୍ରମିୟମ ଦେବାକୁ ହେବ । ସେହିଭଳି ୧୪୬୩ ଟଙ୍କା ପ୍ରତିମାସରେ ଦେଉଛନ୍ତି ତେବେ ୫୮ ବର୍ଷ ହେବାପରେ ତାଙ୍କୁ ୩୩.୪୦ ଲକ୍ଷ ଟଙ୍କା ମିଳିବ । ସେହିଭଳି ୧୪୧୧ ଟଙ୍କା ପ୍ରମିୟମରେ ୬୦ ବର୍ଷ ପରେ ୩୪.୬୦ ଲକ୍ଷ ଟଙ୍କା ମିଳିବ । ଅର୍ଥାତ୍ ପୋଷ୍ଟ ଅଫିସ୍ ସ୍କିମରେ ଆପଣଙ୍କୁ ପ୍ରତିଦିନ ପ୍ରାୟ ୫୦ ଟଙ୍କା ରଖିବାକୁ ପଡ଼ିବ ।

Get real time updates directly on you device, subscribe now.