fbpx
BSKY SKY
BSKY SKY

ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି: ପ୍ରଥମ ଦିନିକିଆରେ ଏହି ଖେଳାଳି ପାଇଲେ ସୁଯୋଗ

BSKY

ନୂଆଦିଲ୍ଲୀ: ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଛି ପ୍ରଥମ ଦିନିକିଆ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ଶିଖର ଧୱନ । ତେବେ ଏହି ଦଳରେ କିଛି ଖେଳାଳିଙ୍କୁ କମବ୍ୟାକ କରିବାର ସୁଯୋଗ ମିଳିଛି । ଶ୍ରେୟସ ଆୟର, କୁଳଦୀପ ଯାଦବ ଏବଂ ଋତୁରାଜ ଗାଏକ୍ୱାଡ ଏହି ମ୍ୟାଚରେ ଦୀର୍ଘ ଦିନ ପରେ ଟିମ ଇଣ୍ଡିଆ ଜର୍ସିରେ ନଜର ଆସିଛନ୍ତି ।

ବର୍ଷା କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ବିଳମ୍ବରେ ଟସ ପଡିଥିଲା । ଏଥିରେ ଟସ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ ଦେଇଛନ୍ତି ଶିଖର । ତେବେ ଆଜି ମ୍ୟାଚରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତର କିଛି ଖେଳାଳି ଏହି ସିରିଜ ଯୋଗେ ପୁଣି ଥରେ ଦଳକୁ କମବ୍ୟାକ କରିଛନ୍ତି । ସେଥିମଧ୍ୟରେ ସବୁଠୁ ବଡ ନାଁ ହେଉଛି କୁଳଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର । ଏହି ଦୁଇ ବୋଲରଙ୍କ ବ୍ୟତୀତ ସଞ୍ଜୁ ସାମସନ ଏବଂ ଇଶାନ କିଶାନ ମଧ୍ୟ ଏହି ମ୍ୟାଚରେ ସୁଯୋଗ ପାଇଛନ୍ତି । ତେବେ ଋତୁରାଜ ଗାଏକ୍ୱାଡ ଏହି ମ୍ୟାଚ ସହିତ ଭାରତ ପାଇଁ ଦିନିକିଆରେ ଡେବ୍ୟୁ କରୁଛନ୍ତି ।

ତେବେ ଅଧିନାୟକ ଶିଖର ଧଓ୍ବନଙ୍କ ସହ ପାଳି ଆରମ୍ଭ କରିବାର ଦାୟିତ୍ୱ ରହିଛି ଶୁଭମନ ଗିଲଙ୍କ ଉପରେ । ସେହିପରି ମିଡିଲ ଅର୍ଡରରେ ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ ଦଳକୁ ଏକ ବଡ ସ୍କୋର ଦେବାର ଲକ୍ଷ୍ୟରେ ରହିବେ । ତେବେ ସଞ୍ଜୁ ସାମସନ ଫିନିଶରର ଭୂମିକାରେ ନଜର ଆସିବେ ଏବଂ ଶାର୍ଦ୍ଦୁଳ ଠାକୁର ଦଳ ପାଇଁ ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟପକ୍ଷରେ ପେସ ଆଟାକରେ ମହମ୍ମଦ ସିରାଜ ଏବଂ ଆବେଶ ଖାନ ଦଳର ମୁଖ୍ୟ ଅସ୍ତ୍ର ପାଲଟିଛନ୍ତି । ସେହିପରି ସ୍ପିନ ଯୋଡି ଭାବେ ଦଳକୁ ଫେରିଛନ୍ତି ରବି ବିଷ୍ଣୋଇ ଏବଂ କୁଳଦୀପ ଯାଦବ ।

ଭାରତର ପ୍ଲେଇଙ୍ଗ ୧୧:

ଶିଖର ଧଓ୍ବନ(ଅଧିନାୟକ), ଶୁଭମନ ଗିଲ, ଋତୁରାଜ ଗାଏକ୍ୱାଡ, ଇଶାନ କିଶାନ, ସଞ୍ଜୁ ସାମସନ(ୱିକେଟ କିପର), ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ରବି ବିଷ୍ଣୋଇ, ମହମ୍ମଦ ସିରାଜ ଏବଂ ଆବେଶ ଖାନ ।

Get real time updates directly on you device, subscribe now.