fbpx
BJD SKY
BJD SKY

ଏବେ ବୁଲିବା ସହ ଚିକିତ୍ସା ମଧ୍ୟ କରାଇପାରିବେ ଯାତ୍ରୀ, ଜାଣନ୍ତୁ କେମିତି ଉଠାଇବେ ଏହି ପ୍ୟାକେଜର ଲାଭ…

BJD

ନୂଆଦିଲ୍ଲୀ: ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ IRCTC ଲଗାତାର ପ୍ରୟାସ ଜାରିରଖିଛି । କିଛି ଦିନ ପୂର୍ବରୁ ଆଇଆରସିଟିସି ତରଫରୁ ଅନେକ ନୂଆ ପ୍ୟାକେଜ୍ ଆରମ୍ଭ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ଭିନ୍ନ ପ୍ୟାକେଜ୍ ଆଣିଛି । ପ୍ରକୃତରେ ଆଇଆରସିଟିସି ଯାତ୍ରା ଏବଂ ଟୁର ପ୍ୟାକେଜ୍ ଅପ୍ସନକୁ ବଢ଼ାଇବା ପାଇଁ ଏଥର ଅନଲାଇନ ମେଡିକାଲ ଟୁରିଜିମ ପ୍ୟାକେଜ୍ ନେଇ ଆସିଛି ।

ଆଇଆରସିଟିସି ମେଡିକୋ-ଟେକ୍ନିକାଲ ଅନଲାଇନ ସେବା କମ୍ପାନୀ ସହ ପାଇଲଟ ପର୍ଯ୍ୟାୟରେ ପାର୍ଟନରସିପ୍ କରିଛି । ଯାହା ବିଭିନ୍ନ ମେଡିକାଲ ଏବଂ ୱେଲନେସ ପ୍ୟାକେଜ ସହ ଗ୍ରାହକଙ୍କୁ ସଂପୂର୍ଣ୍ଣ ବ୍ୟାକ୍-ଏଣ୍ଡ ସେବା ପ୍ରଦାନ କରିବ । ଗ୍ରାହକ ଆଇଆରସିଟିସର ୱେଲନେସ ପ୍ୟାକେଜର ଫାଇଦା ଉଠାଇପାରିବେ । ସୂଚନାଯୋଗ୍ୟ, ଏହି ପ୍ୟାକେଜ୍ ରେ ମେଡିକାଲ ଭ୍ୟାଲ୍ୟୁ, କମ୍ପ୍ଲିଟ୍ ଏକ୍ସପିରିଏନ୍ସ ଏବଂ ଟ୍ରାଭେଲର ଧ୍ୟାନ ରଖାଯାଇଛି ।

ଆଇଆରସିଟିସିର ଏହି ସୁବିଧାର ଲାଭ ଉଠାଇବା ପାଇଁ ସବୁଠୁ ପ୍ରଥମେ ଗ୍ରାହକଙ୍କୁ ଆଇଆରସିଟିସିର ପର୍ଯ୍ୟଟନ ପୋର୍ଟାଲକୁ ଯିବାକୁ ହେବ । ଏଥିପାଇଁ www.irctctourism.com/MedicalTourism ରେ ଲଗଇନ୍ କରନ୍ତୁ । ଚିକିତ୍ସା ପାଇଁ ନିଜ ଆବଶ୍ୟକୀୟ ସୂଚନା ଦିଅନ୍ତୁ ଏବଂ ଫର୍ମ ପୂରଣ କରିବାକୁ ହେବ ।

Get real time updates directly on you device, subscribe now.