fbpx

Airtelର ଶସ୍ତା ପ୍ଲାନ ,ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ:ନିଜ ଗ୍ରାହକ ମାନଙ୍କ ପାଇଁ ଏୟାରଟେଲ ଏକ ଶସ୍ତା ପ୍ଲାନ ଆଣିଛି । ଯାହା ମାତ୍ର ୩୫ ଟଙ୍କାରେ ଆପଣଙ୍କୁ ମିଳିବ । ଏୟାରଟେଲ ନିଜ ରିଚାର୍ଜ ପୋର୍ଟଫୋଲିଓରେ ଏହି ନୂଆ ପ୍ଲାନ ଆଡ କରିଛି । ତେବେ ଏହା ହେଉଛି ଏକ ଡାଟା ଭାଉଚର ପ୍ଲାନ । କମ୍ପାନୀ ଏହାକୁ ପ୍ରିପେଡ ଗ୍ରାହକ ମାନଙ୍କ ପାଇଁ ଯୋଡିଛି ।

ବର୍ତ୍ତମାନ କମ୍ପାନୀର ୱେବସାଇଡରେ ଏହି ପ୍ଲାନ ଦେଖିବାକୁ ମିଳୁ ନାହିଁ । କିନ୍ତୁ ଆପଣ ଏୟାରଟେଲ ମୋବାଇଲ ଆପରେ ଏହା ଦେଖି ପାରିବେ ।ସେଠାରେ ଏହି ପ୍ଲାନ ଉପଲବ୍ଧ ଅଛି । ଏହି ରିଚାଜ ପ୍ଲାନର ମୂଲ୍ୟ ମାତ୍ର ୩୫ ଟଙ୍କା ରହିଛି । ଏବଂ ଏହା କେବଳ ଏକ ଡାଟା ପ୍ଲାନ ଅଟେ । ଏଥିରେ କଲ କିମ୍ବା ମେସେଜ ପରି କିଛି ସୁବିଧା ଆପଣଙ୍କୁ ମିଳିବ ନାହିଁ । ଏଥିରେ ଗ୍ରାହକ ମାନଙ୍କୁ କେବଳ ଡାଟା ବେନିଫିଟ୍ସ ମିଳିବ ।

ତେବେ ଏହି ରିଚାର୍ଜ ପ୍ଲାନ ମାଧ୍ୟମରେ ୟୁଜର୍ସ ମାନଙ୍କୁ ଦୁଇ ଦିନ ପର୍ଯ୍ୟନ୍ତ ସମୟ ମିଳିବ । ଏହା ସହିତ ୟୁଜର୍ସ ମାନଙ୍କୁ ୨ଜିବି ଡାଟା ମିଳିବ । ଯାହା ଦ୍ୱାରା ଆପଣ ଗୋଟିଏ ଦିନରେ ଗୋଟିଏ ଜିବି ଡାଟା ପାଇଁ ମାତ୍ର ଆପଣଙ୍କୁ ୧୭.୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କମ୍ପାନୀର ଅନେକ ଡାଟା ପ୍ଲାନ ରହିଛି । ଯାହାକି ୧୯ ଟଙ୍କାର ଆରମ୍ଭ ହେଉଛି । ତେବେ ଏହା ତୁଳନାରେ ଏହା ହେଉଛି ଏୟାରଟେଲର ଶସ୍ତା ପ୍ଲାନ । ଯାହା ଗ୍ରାହକ ମାନଙ୍କୁ ଅନେକ ସୁବିଧା ସୁଯୋଗ ଯୋଗାଇ ଦେବ ।

Get real time updates directly on you device, subscribe now.