fbpx
BJD SKY
BJD SKY

ଭାରତ ମାନଚିତ୍ରରେ କାହିଁକି ଦେଖାଯାଏ ଶ୍ରୀଲଙ୍କା, ପାକିସ୍ତାନ କି ଚୀନ କାହିକିଁ ନୁହେଁ, ଏହା ହେଉଛି କାରଣ

BJD

ନୂଆଦିଲ୍ଲୀ: ଦୁନିଆରେ ଯେତେ ଦେଶ ଅଛି ସେମାନଙ୍କ ମ୍ୟାପରେ କେବଳ ନିଜ ଦେଶର ଚିତ୍ର ଦେଖାଯାଏ । ହେଲେ ଭାରତ ମାନଚିତ୍ରରେ ଏପରି ଦେଖିବାକୁ ମିଳେନାହିଁ । ଭାରତ ମାନଚିତ୍ରରେ ସର୍ବଦା ଶ୍ରୀଲଙ୍କା ମାନଚିତ୍ର ଦେଖାଯାଇଥାଏ । ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ଭାରତ ପାଖକୁ ଲଗାଇ ପାକିସ୍ତାନ ଏବଂ ଚୀନ ମଧ୍ୟ ଅଛି ହେଲେ ସେମାନଙ୍କୁ ନଦେଖାଇ କେବଳ ଶ୍ରୀଲଙ୍କାକୁ କଣ ପାଇଁ ଦେଖାଯାଏ ଭାରତ ମାନଚିତ୍ରରେ? ୟୁନାଇଟେଡ଼ ନେସନର ଏକ ଆଇନ ରହିଛି । ଯାହାକୁ ଲ ଅଫ ସି କୁହାଯାଏ । ଏହି ଆଇନ ଅନୁସାରେ, ଯଦି କେଉଁ ଦେଶର ସୀମା ସମୁଦ୍ର ସହ ଲାଗୁଛି ତେବେ ସୀମାରୁ ୩୭୦ କିମି ପର୍ଯ୍ୟନ୍ତ ସେହି ଅଞ୍ଚଳ ଉକ୍ତ ଦେଶର ସାମୁଦ୍ରିକ ଅଂଚଳ ବୋଲି ଧରାଯାଏ ।

ବର୍ତ୍ତମାନ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଦୂରତ୍ୱ ମାତ୍ର ୧୮ ନାର୍ଟିକିଲ ମାଇଲ ରହିଛି । ଏହି କାରଣ ପାଇଁ ଭାରତ ଶ୍ରୀଲଙ୍କା ମ୍ୟାପରେ ଦେଖାଯାଏ । ୧୯୫୬ ମସିହାରେ ୟୁନାଇଟେଡ୍ ନେସନ ତରଫରୁ UNCLOS-I ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଅନେକ ଦେଶ ମଧ୍ୟ ସାମିଲ ହୋଇଥିଲେ । ଏହା ୧୯୫୮ ମସିହାରେ କାର୍ଯ୍ୟକାରୀ ହୋଇଥିଲା । ଦେଶର ସାମୁଦ୍ରିକ ସୀମାକୁ ନେଇ ଅନେକ ଆଇନ ବନାଯାଇଥିଲା । ଏହାପରେ ୧୯୭୩ ମସିହାରୁ ଆରମ୍ଭ କରି ୧୯୮୨ ପର୍ଯ୍ୟନ୍ତ ଏକ ତୃତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା ଏବଂ ଏଥିରେ ସମୁଦ୍ର ସହ ଜଡ଼ିତ ଅନ୍ତରାଷ୍ଟ୍ରୀୟ ଆଇନକୁ ମାନ୍ୟତା ଦିଆଯାଇଥିଲା ।

ଏହି ନିୟମ ଅନୁସାରେ, ଯେଉଁ ମାନଚିତ୍ରରେ ସେହି ଦେଶର ମୂଳ ଲାଇନଠାରୁ ୨୦୦ ମାଇଲ୍ ପର୍ଯ୍ୟନ୍ତ ଦେଶର ସୀମା ଦେଖାଇବା ବାଧ୍ୟତାମୂଳକ ଅଟେ । ଏକ ମାଇଲରେ ୧.୮୨୪ କିଲୋମିଟର ଅଛି । ଏହି କ୍ଷେତ୍ରରେ, ୨୦୦ ନ ନାର୍ଟିକଲ ମାଇଲ୍ ହେଉଛି ୩୭୦ କିଲୋମିଟର ।

ଏହାର କାରଣ ହେଉଛି, ଭାରତ ସୀମାଠାରୁ ଶ୍ରୀଲଙ୍କା ୩୭୦ କିଲୋମିଟର ଦୂରରେ ଥିବା ଅଞ୍ଚଳ ମାନଚିତ୍ରରେ ଦର୍ଶାଯାଇଛି। ସେଥିପାଇଁ ଏକ ଅଲଗା ଦେଶ ହେବା ସତ୍ତ୍ୱେ ଶ୍ରୀଲଙ୍କା ସର୍ବଦା ଭାରତର ମାନଚିତ୍ରରେ ଦୃଶ୍ୟମାନ ହୁଏ । ତେବେ ମାନଚିତ୍ରରେ ପାକିସ୍ତାନ, ଚୀନ୍, ନେପାଳ, ଭୁଟାନ, ବାଂଲାଦେଶ ଏବଂ ମିଆଁମାର ପ୍ରଦର୍ଶିତ ହୋଇଛି କାରଣ ସେଗୁଡିକ ଅନ୍ତର୍ଭୁକ୍ତ ନକରି ସମଗ୍ର ଭାରତର ମାନଚିତ୍ର ଦେଖାଇବା ସମ୍ଭବ ନୁହେଁ।

Get real time updates directly on you device, subscribe now.